18.1 C
Bhubaneswar
Monday, November 25, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଆଖିରେ ଟିକେ କିଛି ପଡିଗଲେ ଯେମିତି ଦୁନିଆଟା ଆମକୁ ଅନ୍ଧାର ଭଳି ଦିଶେ ଠିକ୍ ସେମିତି ବାପା,ମାଆଙ୍କ ଆଶୀର୍ବାଦ ବିନା ଆମ ଜୀବନ ବି ଏକ ଅନ୍ଧାକାର ଭଳି..ଖୁସି କିଛି ସମୟ ପାଇଁ ଆସିଥାଏ ଓ ଖୁବ୍ ଶୀଘ୍ର ଚାଲିଯାଏ ଦୁଃଖ ଅଧିକ ସମୟ ପାଇଁ ରହିଥାଏ କିନ୍ତୁ ଯେତିକି ସମୟ ରହିଯାଏ, କିଛି ଭଲ ଶିକ୍ଷାଦେଇଯାଏ..ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ କାହିଁକିନା ଆଜିର ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତ ll
ଯଦି ଆମେ ଆମ ଜୀବନର ଆରମ୍ଭ ସୁଦ୍ଧ ବିଚାରରୁ ଆରମ୍ଭ କରିବା ତାହେଲେ ଆମର ଶବ୍ଦ ମଧ୍ୟ ସୁଦ୍ଧ ହେବ , ସୁଦ୍ଧ ଶବ୍ଦ ଠାରୁ ଆମର କାର୍ଯ୍ୟ ମଧ୍ୟ୍ୟ ସୁଦ୍ଧ ହେବ , ସୁଦ୍ଧ କାର୍ଯ୍ୟରୁ ଆମର ସ୍ଵଭାଵ ମଧ୍ୟ୍ୟ ସୁଦ୍ଧ ହୋଇଯାଏ , ସୂଧ୍ୟ୍ ସ୍ୱଭାବରୁ ଆମର ଆଦତ ମଧ୍ୟ୍ୟ ସୁଦ୍ଧ ହୋଇଯିବ ଓ ସୁଦ୍ଧ ଆଦତରୁ ଉତ୍ପନ୍ନ ହେବ ସୁଦ୍ଧ ଚରିତ୍ର. ସୁଦ୍ଧ ଚରିତ୍ର ଜଗତରେ ଆମକୁ ଆଦର୍ଶବାନ ବନେଇଥାଏ.ଜୀବନର ସୁଦ୍ଧ ବିଚାରରୁ ଆଦର୍ଶର ଯାତ୍ରାରେ ଯଦି ଆମ ବିଚାର ସୁଦ୍ଧ ଓ ଶୁଭ ରଖିବା ତାହେଲେ ଆମ ଜୀବନ ଧନ୍ୟ ଓ ମଙ୍ଗଳକାରୀ ଵନିଯିବ ll

ସେବା ସମସ୍ତଙ୍କର କିନ୍ତୁ ଆଶା କୋଉଠୁ ମଧ୍ୟ ରଖ ନାହିଁ, କାରଣ ସେବାର ମୂଲ୍ୟ ଭଗବାନ ଦିଅନ୍ତି ମଣିଷ ନୁହେଁ । ଦୁନିଆରେ ସବୁଠୁ ସୁନ୍ଦର ମଣିଷ ସିଏ ହୋଇଥାଏ ଯିଏ ରାଗିଯିବା ପରେ ବି କେବଳ ଗୋଟିଏ ଛୋଟିଆ ହସରେ ମାନିଯାଏ ।।

ଅଦ୍ୟ ଜୁନ ମାସ ୨୭ ତାରିଖ ୨୦୨୩ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-କପିଳ
ଆଷାଢ଼ମାସ-ଶୁକ୍ଳପକ୍ଷ
ତିଥି- ନବମୀ ରାତ୍ରି ଘ୦୩/୨୦ ପର୍ୟ୍ୟନ୍ତ ତଦନ୍ତେ ଦଶମୀ
ନକ୍ଷତ୍ର-ହସ୍ତା ଦିବା ଘ୦୩/୩୬ ପର୍ୟ୍ୟନ୍ତ ତଦନ୍ତେ ଚିତ୍ରା
ଚନ୍ଦ୍ର- କନ୍ୟା ରାତ୍ରି ଘ୦୪/୨୪ ପର୍ୟ୍ୟନ୍ତ ତଦନ୍ତେ ତୁଳା
ଯୋଗ- ବାରୀୟ।ନ୍
କରଣ -ବାଳବ
ସୌରମାସ- ମିଥୁନ ୧୩ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୯
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୦୩/୨୦ ପର୍ୟ୍ୟନ୍ତ ତଦନ୍ତେ ଉତ୍ତରେ
ମକର ରାଶିର ଘାତବାର
ନବମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଘ୦୧/୨୬ ଗତେ ଘ୦୩/୦୭ ମଧ୍ୟେ
ବାରବେଳା – ଘ୦୬/୫୨ ଗତେ ଘ୦୮/୩୧ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୫୧ ମଧ୍ୟେ ଓ ଘ୦୯/୧୪ ଗତେ ଘ୧୧/୪୦ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୩/୩୮ ଗତେ ଘ୦୪/୨୭ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଲାଉ ଭକ୍ଷଣ ନିଷେଧ
═✧══•❁❀❁•═════*
✧═════•❁❀❁•════
ଆଜିର ରାଶିଫଳ*
*✧═════•❁❀❁•════
ମେଷ
ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।

*✧═════•❁❀❁•════
ବୃଷ
ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
*✧═════•❁❀❁•════
ମିଥୁନ
ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
*✧═════•❁❀❁•════

କର୍କଟ
ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
✧═════•❁❀❁•════
ସିଂହ
ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
✧═════•❁❀❁•════

କନ୍ୟା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
✧═════•❁❀❁•════

ତୁଳା
ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
✧═════•❁❀❁•════
ବିଛା
ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।

✧═════•❁❀❁•════
ଧନୁ
ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
*✧═════•❁❀❁•════
ମକର
ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
*✧═════•❁❀❁•════
କୁମ୍ଭ
ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।

*✧═════•❁❀❁•════
ମୀନ
ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking