ଯଦି ତୁମେ କେବେ କାହାର ବିଶ୍ୱାସକୁ ଥରେ ଭାଙ୍ଗିବ,ତେବେ ତୁମେ ସେମାନଙ୍କ ଠାରୁ ଭଲ ବ୍ଯବହାର ଓ ସମ୍ମାନ ଗ୍ରହଣ କରିବାରେ ସମର୍ଥ ହେବ ନାହିଁ।*
ଯଦି ଆମେ ଆମର ଶକ୍ତି କାହାର ହିତ ପାଇଁ ବ୍ୟବହାର କରିପାରିବା ନାହିଁ, ତେବେ ସେହି ଶକ୍ତି ଆମ ପାଇଁ ଦିନେ ଅସୁବିଧାର ପର୍ବତ ସୃଷ୍ଟି କରିପାରେ।
ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟପାତ୍ର ହେବା ଅପେକ୍ଷା ଠିକ୍ କଥାକୁ ସମର୍ଥନ କରି ସମସ୍ତଙ୍କ ଅପ୍ରିୟ ହେବା ଶତେ ଗୁଣ ଭଲ।
ଅନ୍ୟକୁ କ୍ଷମା କରିଦେବା ଆଉ ସବୁ କ୍ଷେତ୍ରରେ କ୍ଷମା ମାଗିନେବାଏମିତି ଏକ ଚମତ୍କାର ଶକ୍ତି,ଯାହା ସମସ୍ତଙ୍କ ପାଖରେ ନଥାଏ।*
ଅଦ୍ୟ ଜାନୁଆରୀ ମାସ ୧୮ ତାରିଖ ୨୦୨୩ ମସିହା(ବୁଧବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାଘମାସ-କୃଷ୍ଣପକ୍ଷ
ତିଥି- ଏକାଦଶୀ ଦିବା ଘ୦୩/୫୨ ଗତେ ଦ୍ଵାଦଶୀ
ନକ୍ଷତ୍ର-ଅନୁରାଧା ସନ୍ଧ୍ୟା ଘ୦୫/୪୫ ଗତେ ଜ୍ୟେଷ୍ଠା
ଚନ୍ଦ୍ର-ବିଛା
ଯୋଗ- ଗଣ୍ଡ
କରଣ – ବାଳବ
ସୌରମାସ- ମକର ୦୫ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୦୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୩୯
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୫୩ ଗତେ ନୈରୁତେ
କର୍କଟ ରାଶିର ଘାତବାର
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୯/୧୦ ଗତେ ଘ୧୦/୩୩ ମଧ୍ୟେ
ବାରବେଳା – ଦିବା ଘ୧୧/୫୪ ଗତେ ଘ୦୧/୨୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୦୪ ମଧ୍ୟେ ଓ ଘ୦୧/୨୮ ଗତେ ଘ୦୨/୨୯ ମଧ୍ୟେ ଓ ରାତ୍ରି ଘ୦୬/୧୫ଗତେ ଘ୦୮/୩୬ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଘ୦୪/୫୩ଗତେ ଘ୦୫/୨୬ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଶିମ୍ବ ଦିବା ଘ୦୩/୫୩ ଗତେ ପୋଇ ଭକ୍ଷଣ ନିଷେଧ
ଆଜିର ରାଶିଫଳ
✧═════•❁❀❁•═════✧
ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
✧═════•❁❀❁•═════✧
ବୃଷଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
✧═════•❁❀❁•═════✧
ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
✧═════•❁❀❁•═════✧
କର୍କଟ–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
✧═════•❁❀❁•═════✧
ସିଂହ– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
✧═════•❁❀❁•═════✧
କନ୍ୟା– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
✧═════•❁❀❁•═════✧
ତୁଳା–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
✧═════•❁❀❁•═════✧
ବିଛାଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
✧═════•❁❀❁•═════✧
ଧନୁଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
✧═════•❁❀❁•═════✧
ମକର– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।
*✧═════•❁❀❁•════
କୁମ୍ଭ–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
✧═════•❁❀❁•═════✧
ମୀନ–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।