ନୂଆଦିଲ୍ଲୀ : ଶରୀରକୁ ଫିଟ ରଖିବାରେ ସୁଷମ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ, ବର୍ତ୍ତମାନ ଅନେକ ଜିନିଷ ତିଆରି ଓ ବଢ଼ିବାର ଉପାୟ ବଦଳି ଯାଇଛି। ସେଥିରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଖାଦ୍ୟ ଓ ଜଳର କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ। ତେବେ ଆଜି ହେଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ବିଶ୍ବର ଖାଦ୍ୟ ନିରାପତ୍ତା ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ଡିସେମ୍ବର ୨୦୧୮ ରେ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ବାର୍ଷିକ ଉତ୍ସବକୁ ଅନୁମୋଦନ କଲା । ଏହା ପ୍ରଥମ ଥର ପାଇଁ ୭ ଜୁନ୍ ୨୦୧୯ ରେ ପାଳନ କରାଯାଇଥିଲା। ସେବେଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ମିଳିତ ଭାବେ ଏହି ଦିନ ପାଳନ କରିଆସୁଛନ୍ତି।
ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଖାଦ୍ୟ ଦ୍ୱାରା ହେଉଥିବା ବିପଦକୁ ରୋକିବା, ଚିହ୍ନଟ କରିବା ଏବଂ ହ୍ରାସ କରିବା ଦିଗରେ ଧ୍ୟାନ ଦେବା ଏବଂ ଏହି କାର୍ଯ୍ୟକୁ ପ୍ରେରଣା ଦେବା। ବିଶ୍ୱରେ ଦଶ ଜଣଙ୍କ ମଧ୍ୟରୁ ଜଣେ ଦୂଷିତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡନ୍ତି । ମିଳିତ ଜାତିସଂଘ (ଡ଼ବ୍ଲୁଏଚଓ) ଏବଂ ଏଫଏଓ ର ଦୁଇଟି ସଂଗଠନ ମିଳିତ ଭାବରେ ଜୁନ୍ ୭ କୁ ୨୦୧୮ ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ମନୋନୀତ କରିଥିଲେ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ପ୍ରତିବର୍ଷ ଏକ ନୂତନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଥିମ୍ ଘୋଷଣା କରିଥାଏ ଚଳିତ ବର୍ଷ ଏହାର ଛିମ ରହିଛି ‘ଫୁଡ ସେଫଟି: ପ୍ରିପେୟାର ଫର ଦ ଅନଏକ୍ସପେକଟେଡ’