ଭୁବନେଶ୍ୱର: କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ ଦୁଖଃତ ହୋଇପଡ଼ିଛନ୍ତି କଂସ ।
ଭଉଣୀ ଦେବକୀଙ୍କୁ ଶାଶୂଘରେ ଛାଡ଼ିବାକୁ ଆନନ୍ଦର ସହ ଯିବାସମୟରେ କଂସଙ୍କୁ ଶୁଭିଛି ଦୈବବାଣୀ । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ତାର ମୃତ୍ୟୁର କାରଣ ହେବ ବୋଲି ଦୈବୀବାଣି ଶୁଣିବାପରେ କ୍ରୋଧିତ ହୋଇପଡ଼ିଛନ୍ତି କଂସ । ସେ ଦେବକୀ-ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରା ନଗରୀର ରାଜସିଂହାସନ ଆରୋହଣ କରିଛନ୍ତି ।