27.1 C
Bhubaneswar
Sunday, September 29, 2024
Homeଖେଳଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ମୁମ୍ବାଇ: ଶୁକ୍ରବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏଥିରେ ଉଭୟ ଦଳ କାମଚଳା ଅଧିନାୟକଙ୍କ ମାଧ୍ୟମରେ ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ । ଗୋଟିଏ ପଟେ ଘରୋଇ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆରୁ ବିଶ୍ରାମ ନେଇଥିବାରୁ ତାଙ୍କ ସ୍ଥାନରେ ଆଗାମୀ ଦିନର ଅଧିନାୟକ କୁହାଯାଉଥିବା ତାରକା ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେବେ । ସେହିପରି ଭ୍ରମଣକାରୀ ଦଳର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ମା’ଙ୍କ ଦେହାନ୍ତ କାରଣରୁ ସିରିଜ୍ ଅଧାରୁ ସ୍ୱଦେଶ ଫେରିଯାଇଛନ୍ତି ।

ତେଣୁ ତାଙ୍କ ସ୍ଥାନରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଆଗାମୀ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରାଯାଇସାରିଛି । ଏଥିସହ ଟି-୨୦ ଦଳର ନିୟମିତ ଅଧିନାୟକ ରହିଥିଲେ ହେଁ ହାର୍ଦ୍ଦିକ ଅଦ୍ୟାବଧି କୌଣସି ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେଇ ନଥିଲେ । ତେଣୁ ପୂର୍ବରୁ ଫର୍ମାଟ୍‌ରେ ଉପଅଧିନାୟକ ରହିଆସିଥିବା ହାର୍ଦ୍ଦିକଙ୍କୁ ଶୁକ୍ରବାର ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଏହି ସୁଯୋଗ ମିଳିବ । ନିକଟରେ ଭାରତ ଅଷ୍ଟ୍ରେଲିଆକୁ ବର୍ଡର୍‌-ଗାଭାସ୍କର ଟ୍ରଫିରେ ୨-୧ରେ ପରାସ୍ତ କରିବା ସହ ଆସନ୍ତା ଜୁନ୍‌ରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ଲାଭ କରିଥିଲା ।

ଶୁକ୍ରବାର ଭାରତୀୟ ଟିମ୍‌ର ଫୋକସ୍ ଏହି ସିରିଜ୍‌ଠାରୁ ହଟି ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଉପରେ ନିବଦ୍ଧ ରହିବ । ଶେଷ ଥର ପାଇଁ ୨୦୧୧ରେ ଭାରତ ବିଶ୍ୱକପ୍ ଆୟୋଜନ କରିବା ସହ ଚାମ୍ପିଅନ୍ ହୋଇଥିଲା । ମହେନ୍ଦ୍ର ସିଂହ ଧୋନିଙ୍କ ସଫଳତା ଦୋହରାଇବା ଲକ୍ଷ୍ୟରେ ଥିବା ରୋହିତ ଶର୍ମା କେତେଦୂର ଏଥିରେ ସଫଳ ହେଉଛନ୍ତି, ତା’ ତ ସମୟ କହିବ । କିନ୍ତୁ ଏବେଠାରୁ ଦଳ ଉତ୍ତମ ପ୍ରସ୍ତୁତି ପୂର୍ବକ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ନିଶ୍ଚିତ । ବିଶେଷକରି ଘରୋଇ ମାଟିରେ ଭାରତୀୟ ଦଳର ପ୍ରଦର୍ଶନ ଅନ୍ୟ ଟିମ୍‌ଗୁଡ଼ିକ ତୁଳନାରେ ଅପେକ୍ଷାକୃତ ଚମତ୍କାର ରହିଆସିଛି ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌କୁ ଚଳିତ ସିଜନ୍‌ର ପ୍ରଥମ ଦୁଇଟି ସିିରିଜ୍ ତରିକାରେ ଖେଳିବା ଲକ୍ଷ୍ୟରେ ରହିଛି ଘରୋଇ ଦଳ । ଚଳିତ ବର୍ଷ ଅଦ୍ୟାବଧି ଦଳ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ସିରିଜ୍ ଖେଳିଥିବା ବେଳେ ଉଭୟରେ ବିଜୟ ଦରଜ କରିସାରିଛି । ଏହି ୬ଟି ମ୍ୟାଚ୍‌ରେ ୩ଟି ଶତକ ସହାୟତାରେ ୫୬୭ ରନ୍ କରିସାରିଥିବା ଓପନର ଶୁବମାନ ଗିଲ୍ ଚମତ୍କାର ଫର୍ମରେ ଅଛନ୍ତି । ଅଦ୍ୟାବଧି ଚଳିତ ସିଜନ୍‌ରେ ତାଙ୍କର ଆଭରେଜ୍ ୧୧୩.୪୦ ରହିଛି । ତା’ଛଡ଼ା ଗତ ଟେଷ୍ଟ୍ ସିରିଜ୍‌ର ଅନ୍ତିମ ଟେଷ୍ଟ୍‌ରେ ମଧ୍ୟ ସେ ଶତକ ହାସଲ କରି ଏହି ଫର୍ମକୁ କାଏମ ରଖିଛନ୍ତି ।

ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ସୀମିତ ଓଭର୍ କ୍ରିକେଟ୍‌ରେ ବିରାଟ କୋହଲି ତାଙ୍କର ଦୁର୍ବଳ ଫର୍ମକୁ ମଧ୍ୟ ପଛରେ ପକାଇଦେଇଛନ୍ତି । ସେ ଗତ ୬ଟି ମ୍ୟାଚ୍‌ରେ ୬୭.୬୦ ହାରରେ ୩୩୮ ରନ୍ କରିଛନ୍ତି । ଆଗାମୀ ସିରିଜ୍‌ରେ ଏହି ରନ୍ ମେସିନ୍ ତାଙ୍କର ୭୫ଟି ଅନ୍ତର୍ଜାତୀୟ ଶତକରେ ଆଉ କିଛି ଯୋଡ଼ିବାର ଆଶା ରହିଛି । କିନ୍ତୁ କୋହଲିଙ୍କୁ ଅଷ୍ଟ୍ରେଲୀୟ ସ୍ପିନର୍ ଆଡାମ୍ ଜାମ୍ପାଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । କାରଣ ଅଷ୍ଟ୍ରେଲୀୟ ସ୍ପିନର୍ ଜଣକ ଲଗାତର କୋହଲିଙ୍କୁ ଆଉଟ୍ କରିବାରେ ସକ୍ଷମ ହୋଇଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking