ଭୁବନେଶ୍ୱର: ଆଜି ୨୦୨୪ର ପହିଲି ସକାଳ। ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ସ୍ବପ୍ନ ନେଇ ଆସିଛି। ୨୦୨୩କୁ ବିଦାୟ ଦେଇ ନୂଆବର୍ଷର ପ୍ରଥମ ସୂର୍ୟ୍ୟ ଦେଖୁଛି ପୁରା ଦେଶ । ଚାରିଆଡେ ଶୁଭେଚ୍ଛାର ସୁଅ । ସମସ୍ତଙ୍ଗ ମୁହୁଁରେ ହାପି ନ୍ୟୁଉ ଇୟର୍ । ଘରେ ବାହାରେ, ପରିବାର ସାଥିରେ, ସାଙ୍ଗସାଥୀ ମେଳରେ ଏକାଠି ହୋଇ ୨୦୨୪କୁ ସ୍ବାଗତ କରୁଛନ୍ତି ସମସ୍ତେ ।
ଭୋଜିଭାତ, କେକ୍ କଟିଂ ଓ ଫୁଲତୋଡା ଭିତରେ ନୂଆ ବର୍ଷ ପାଳନ କରାଯାଉଛି । ବିଭିନ୍ନ ପର୍ୟ୍ୟଟନ ସ୍ଥଳୀରେ ଲୋକଙ୍କ ଗହଳି ବଢ଼ୁଥିବା ବେଳେ ବହୁସ୍ଥାନରେ ଜମୁଛି ଭୋଜିଭାତର ଆସର । ସେପଟେ ନୂଆ ବର୍ଷ ପହିଲାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଓ ପର୍ୟ୍ୟଟକଙ୍କ ପ୍ରବଳ ଗହଳି ଲାଗିଛି । ରାଜ୍ୟର ତମାମ ମଠମନ୍ଦିରରେ ମଧ୍ୟ ସାକାଳୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି।