33.1 C
Bhubaneswar
Monday, June 24, 2024
Homeଓଡିଶାଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର : ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଆଜିର ଦିନରେ ଶିବବିବାହ ହୋଇଥାଏ । ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ। ଦେବ ଦମ୍ପତ୍ତିଙ୍କ ବିବାହତ୍ସୋବ ପାଇଁ ଉତ୍ସବମୁଖର ହୋଇଉଠିଛି ସମ୍ବଲପୁର ସହର। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଦେବଦେବ ମହାଦେବ ବରବେଶରେ ସଜ୍ଜିତ ହୋଇ ସୁସଜ୍ଜିତ ବିମାନରେ ଉପବେସନ ପୂର୍ବକ ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜାବାଣ ରୋଷଣୀ ସହ ଲୋକ ଗୀତ ଓ ନୃତ୍ୟର ତାଳେତାଳେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରିତୀନିତୀରେ ଦେବ ବିବାହ ସମ୍ପନ୍ନ ହେବ। ହର-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ଲାଗି ବିଭିନ୍ନ ଦେବଦେବୀଙ୍କୁ ଗୁଆ ଦେଇ ହନୁମାନ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ସବୁ ଶିବାଳୟ ଗୁଡ଼ିକୁ ରଙ୍ଗୀନ ଆଲୋକମାଳରେ ସଜ୍ଜା ଯାଇଛି। ଗତକାଲି ରାତିରେ ସମ୍ପନ୍ନ ହୋଇଥିଲା ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking