17.1 C
Bhubaneswar
Monday, November 25, 2024
Homeଓଡିଶାଆଜି ମହାଶିବରାତ୍ରୀ: ସଜେଇ ହେଉଛି ଏକାମ୍ର କ୍ଷେତ୍ର

ଆଜି ମହାଶିବରାତ୍ରୀ: ସଜେଇ ହେଉଛି ଏକାମ୍ର କ୍ଷେତ୍ର

ଭୁବନେଶ୍ୱର:  ଲିଙ୍ଗମାନଙ୍କ ମଧ୍ୟରେ ରାଜା ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଯାତ୍ରା ଜାଗର ଯାତ୍ରା । ମନ୍ଦିରମାଳିନୀ ଭୁବନେଶ୍ୱରରେ ରହିଥିବା ଅନ୍ୟାନ୍ୟ ଶୈବପୀଠ ଏବଂ ମନ୍ଦିର ପରିସରରେ ରହଥିବା ୧୦୮ ଲିଙ୍ଗ ସହ ମହାଶିବରାତ୍ରୀକୁ ନେଇ ଅନେକ ପୌରାଣିକ କଥା ଶୁଣିବାକୁ ମିଳେ । ମହାଶିବ ରାତ୍ରୀରେ ଦୀପଦାନ କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବା ବିଶ୍ୱାସ କରାଯାଏ । ଦୀପଦାନ ଠାରୁ ଆରମ୍ଭ କରି ମହାଦୀପ ଦାନ କରିବା ପର୍ଯ୍ୟନ୍ତ ରୀତିନୀତିରେ ମହାପ୍ରଭୁଙ୍କ ଅନେକ ପରମ୍ପରା ଜାଗରଯାତ୍ରାରେ ଦେଖିବାକୁ ମିଳେ ।

ଆଜି ମହାଶିବ ରାତ୍ରୀ ବା ଜାଗର ଯାତ୍ରା ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର । ବାବା ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମନ୍ଦିରର ରଙ୍ଗ କାମ ଶେଷ ହୋଇଥିବାବେଳେ ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ଆଲୋକୀକରଣ ବ୍ୟବସ୍ଥା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବ । ପୂର୍ବବର୍ଷ ପରି ଚଳିତବର୍ଷ ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ୱାରକୁ ସୁଗନ୍ଧିତ ଫୁଲରେ ସଜାଯାଇଛି । ବିଶେଷ କରି ଗେଣ୍ଡୁ, ଗୋଲାପ ଓ ରଜନୀଗନ୍ଧା  ଆଦି ଫୁଲର ସୁଗନ୍ଧରେ ମନ୍ଦିର ପରିସର ମହକି ଉଠିଛି ।  ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ।  ପର୍ଯ୍ୟାୟକ୍ରମେ ମନ୍ଦିର ଭିତରୁ ପ୍ରବେଶ କରି ବ୍ୟାରିକେଡ଼ରେ ବାବା ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ଏନେଇ ବିଏମ୍‌ସି ଓ କମିଶନରେଟ୍ ପୁଲିସ ଉଭୟ ମିଶି କାର୍ଯ୍ୟ ତଦାରଖ କରିବେ । ଏ ଅବସରରେ ମନ୍ଦିର ତଥା ମନ୍ଦିରର ଆଖ ପାଖ ଅଞ୍ଚଳରେ ବ୍ୟାରିକେଡ୍  କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ସାମାଜିକ ଦୂରତ୍ୱ ନିୟମ ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking