14.1 C
Bhubaneswar
Monday, January 12, 2026
Homeଆନ୍ତର୍ଜାତୀୟ ଯୋଗ ଦିବସ- 2024ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ବର କୋଣ ଅନୁକୋଣରେ ହେଉଛି ଯୋଗାଭ୍ୟାସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଏହା ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ୨୦୧୫ ମସିହାରୁ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରୁଛି ବିଶ୍ୱ। ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବାକୁ ୨୦୧୪ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ ମୋଦି। ପରେ ବିନା ଭୋଟରେ ଜାତିସଂଘ ଏହାକୁ ସ୍ୱୀକୃତି ଦେଇଥିଲା। ସଂଯୋଗ କ୍ରମେ ଜୁନ ୨୧ ହେଉଛି ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଲମ୍ବା ଦିନ। ଚଳିତ ବର୍ଷ ନବମ ଯୋଗ ଦିବସ ପାଳିତ ହେଉଛି। ଏଥର ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନର ନେତୃତ୍ୱ ନେବେ ନରେନ୍ଦ୍ର ମୋଦି। ଯୋଗାଭ୍ୟାସର ଲାଭ ସଂପର୍କରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି। ଏବେ ୧୮୦ ଦେଶ ଯୋଗ ଦିବସ ପାଳନ କରୁଛନ୍ତି।  ଗାଁରୁ ସହର ସବୁଠି ଯୋଗ ଦିବସ ପାଳନ କରାଯାଉଛି । ସମୁଦ୍ରରେ, ଆକାଶରେ ଓ ପର୍ବତ ଶିଖରରେ ମଧ୍ୟ ଯୋଗ ଦିବସ ପାଳିତ ହେଉଛି। ଯିଏ ଯେଉଁଠି ଅଛନ୍ତି ଯୋଗ ଦିବସ ପାଳନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking