17.1 C
Bhubaneswar
Monday, November 25, 2024
Homeଓଡିଶାଆଜି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ

ଆଜି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ

ଭୁବନେଶ୍ୱର: ସମୟ ବଦଳିଲାଣି । ଆଧୁନିକ ଆଡ଼କୁ ମଣିଷ ଗତି କରୁଛି । ତଥାପି ମାନସିକତା ବଦଳୁନି । ପୁଅ-ଝିଅର ଭେଦଭାବ ଏବେବି ଯାଉନି । ସାମାଜିକ କୁପ୍ରଥା ପାଇଁ ରାଜ୍ୟରେ ହଜାର ହଜାର କିଶୋରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଉଛି ।

୨୦୨୧-୨୧ରେ ମହିଳା ଓ ଶିଶୁ ବିକାଶର ସର୍ଭେ ଅନୁସାରେ ୧୧ରୁ ୧୪ ବର୍ଷ ବୟସର ପ୍ରାୟ ୭ ହଜାର ୭୧୭ ଜଣ କିଶୋରୀ ଅଧାରୁ ପାଠ ଛାଡ଼ିଥିଲେ । ଆଉ ଏହି ଭିତରେ ଆଗରେ ରହିଛି କେବିକେ ଅଞ୍ଚଳ । କଳାହାଣ୍ଡିରେ ସର୍ବାଧିକ ୨୩୭୩ କିଶୋରୀ ଅଧାରୁ ପାଠ ଛାଡ଼ିଥିବାବେଳେ ରାୟଗଡ଼ାରେ ୨୨୫୬, କୋରାପୁଟରେ ୯୭୦, ମାଲକାନଗିରିରେ ୬୫୫ ଓ ନୂଆପଡ଼ାରେ ୩୪୯ ଜଣ ପାଠ ଛାଡ଼ିଥିଲେ । ଏମାନଙ୍କର ପାଠ ଛାଡ଼ିବାର ଏକ ମୁଖ୍ୟ କାରଣ ହେଉଛି ବାଲ୍ୟ ବିବାହ । ବିଭିନ୍ନ ଯୋଜନା, ସଚେତନତତା ସତ୍ତେ୍ୱ ଓଡ଼ିଶା ବାଲ୍ୟବିବାହ ମୁକ୍ତ ହୋଇପାରୁନି । ଆକାଶକୁ ଛୁଇଁବା ଆଗରୁ ହିଁ ବାପା-ମା’ ସେମାନଙ୍କ ଗୋଡ଼ରେ ବିବାହର ବେଡ଼ି ବାନ୍ଧି ଦେଉଛନ୍ତି । ସେମାନଙ୍କ ପାଠପଢ଼ା ବନ୍ଦ କରି ବାଲ୍ୟବିବାହ କରୁଛନ୍ତି । ଏକ ରିପୋର୍ଟ ଅନୁସାରେ କରୋନା ମହାମାରୀ ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ର ରାଣିପୋଖରୀ ପଞ୍ଚାୟତରେ ୧୨୨ ଜଣଙ୍କ ବାଲ୍ୟବିବାହ ହୋଇଥିଲା ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ଅନୁସାରେ ବାଲ୍ୟବିବାହରେ ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୟାଗଡ଼ ଜିଲ୍ଲା ଜାତୀୟ ହାର ୨୩.୩ ପ୍ରତିଶତ ଠାରୁ ଉପରେ ଅଛନ୍ତି । ଯାହାକି ରାଜ୍ୟର ଉନ୍ନତି ପାଇଁ ଏକ ବାଧକ । ନବରଙ୍ଗପୁରରେ ୩୯.୪%, ନୟାଗଡ଼ରେ ୩୫.୭%, କୋରାପୁଟରେ ୩୫.୫%, ମାଲକାନଗିରିରେ ୩୨ .୪ % ଓ ମୟୂରଭଞ୍ଜର ୩୧.୩% ବାଲ୍ୟବିବାହ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking