16.1 C
Bhubaneswar
Wednesday, November 27, 2024
Homeଖେଳଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜିକେବେରାସ୍ଥିତ ସେଣ୍ଟ ଜର୍ଜ ପାର୍କରେ ମଙ୍ଗଳବାର ଭ୍ରମଣକାରୀ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ଚଳିତ ଦିନିକିଆ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ୍ ବିଜୟୀ ହୋଇ ଏବେ ୧-୦ରେ ସିରିଜ ଅଗ୍ରଣୀ କରିଛି । ଏହି ମ୍ୟାଚ୍‌ରେ ଦୁଇ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ଓ ଆଭେସ୍ ଖାନ୍ ୯ଟି ୱିକେଟ୍ ନେଇ ବୋଲିଂର ଚମତ୍କାରିତା ଦେଖାଇଥିବା ବେଳେ ବ୍ୟାଟିଂରେ ଡେବ୍ୟୁଟାଣ୍ଟ ବି ସାଇ ସୁଦର୍ଶନ ଓ ଶ୍ରେୟସ୍ ଆୟର ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ ଫର୍ମର ନମୁନା ଦଖାଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନ୍ଦିଲେ ଫେଲୁକ୍ୱାୟୋ ସର୍ବାଧିକ ୬୯ ମ୍ୟାଚ୍ ପଏଣ୍ଟ ହାସଲ କରିଥିବା ବେଳେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୧୭୧ ମ୍ୟାଚ୍ ପଏଣ୍ଟ ହାସଲ କରିଥିଲେ । ଯାହାକୁ ଲକ୍ଷ୍ୟ କଲେ ଘରୋଇ ଦଳ ବିପକ୍ଷରେ ଭାରତ ଏବେ ଆଗରେ ରହିଛି ।
ପିଚ୍ ଓ ପାଣିପାଗ: ସେଣ୍ଟ ଜର୍ଜ ପାର୍କ, ଜିକେବେର୍ହାର ପିଚ୍ ଏକ ସନ୍ତୁଳିତ ପିଚ୍ । ଗତ ୨୦ଟି ମ୍ୟାଚରେ ଏହି ପଡ଼ିଆରେ ହାରାହାରି ପ୍ରଥମ ଇନିଂସ ସ୍କୋର ହେଉଛି ୨୧୬ ରନ୍ । ଯାହାକୁ ଲକ୍ଷ୍ୟ କଲେ ଉଭୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଚାହିଁବେ । କାରଣ ଏହି ପଡ଼ିଆରେ ଖେଳାଯାଇଥିବା ଅଧିକାଂଶ ମ୍ୟାଚରେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି । ଏହି ପଡ଼ିଆରେ ପେସ୍ ବୋଲରମାନେ ୮୦ ପ୍ରତିଶତ ୱିକେଟ୍ ନେଇଛନ୍ତି । ଫଳସ୍ୱରୂପ ଉଭୟ ଦଳ ଏଠାରେ ଅଧିକ ପେସରଙ୍କୁ ଖେଳାଇବାକୁ ଚାହିଁବେ । ସେଣ୍ଟ ଜର୍ଜ ପାର୍କରେ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରହିବ ଏବଂ ଆର୍ଦ୍ରତା ୭୦ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ୫.୨୨ ମି/ସେକେଣ୍ଡରେ ପବନ ବହିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking