ଭୁବନେଶ୍ୱର: ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର ହୋଇଛି । ଏଥିପାଇଁ ଖୁବ ସଜେଇ ହୋଇଛି ରାଜଧାନୀ । ସରକାରୀ କୋଠାଗୁଡିକ ଆଲୋକମାଳାରେ ବେଶ ସଜେଇ ହୋଇଛି । ଏହି ଅବସରରେ ୧୩ ଏବଂ ୧୪ରେ ରଙ୍ଗାରଙ୍ଗ ପରେଡ ଓ ସାଧାରଣ ସଭା ଅନୁଷ୍ଠିତ ହେବ । ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ, ଲୋକଭବନ ଯାଏଁ ଝଲସି ଉଠୁଛି । ୧୯୪୮ ମସିହା ଏପ୍ରିଲ ୧୩ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ କଟକକୁ ବଦଳାଇ ୧୯୪୮ ମସିହା ଏପ୍ରିଲ ୧୩ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କଟକକୁ ବଦଳାଇ ରାଜଧାନୀ ଭୁବନେଶ୍ୱରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ସହରକୁ ଜର୍ମାନ ଆର୍କିଟେକ୍ ଓଟୋ କୋନିଗସବର୍ଗରଙ୍କ ଦ୍ୱାରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଆଧୁନିକ ସହର ଯୋଜନାକୁ ମିଶ୍ରଣ କରିବାର ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଥିଲା। ୨୦୦୦ ବର୍ଷରୁ ଅଧିକ ପୁରୁଣା ଐତିହାସିକ ସ୍ଥାନ ଭୁବନେଶ୍ୱର। ଏହାକୁ ମନ୍ଦିରମାଳିନୀ ନଗର କୁହାଯାଏ। ଏହା ସହିତ ବହୁ ପରିମାଣର ଆମ୍ର (ଆମ୍ବ) ବୃକ୍ଷ ରହିଥିବାରୁ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ନାମରେ ମଧ୍ୟ ଜଣାଶୁଣା। ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱର ସହର ସଡ଼କ, ରେଳ, ଆକାଶ ପଥ ସହ ଯୋଡ଼ିହୋଇଛି। ୨୦୧୪ରେ ଭୁବନେଶ୍ୱର ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା ।










