27.1 C
Bhubaneswar
Saturday, June 22, 2024
Homeଓଡିଶାଆଜି ପହିଲି ରଜ

ଆଜି ପହିଲି ରଜ

ଭୁବନେଶ୍ୱର : ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଆଜି ହେଉଛି ପହିଲି ରଜ । ଚଳଚଞ୍ଚଳ ପୁରପଲ୍ଲୀ । ରଜ ଆସିଛି କୁଆଁରୀ ପାଦର ଅଳତାରେ । ରଜ ଆସିଛି ଦୋଳୀ ଖେଳର ସାଜସଜାରେ । ଯେଉଁଥିପାଇଁ ଉତ୍ସବମୁଖର ହୋଇପଡିଛି ସାରା ଓଡିଶା । ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ଖୁଶମାନରେ ରଜ ପାଳୁଛନ୍ତି । ଘରେ ଘରେ ପିଠାପଣା କରି ରଜ ମନାଉଛନ୍ତି । କୁଆଁରୀ ଝିଅ ମାନେ ଭଳିକି ଭଳି ଡ୍ରେସ ପିନ୍ଧିବା ସହ ସାଜସଜା ହୋଇ ବାହାରି ପଡିଛନ୍ତି ରଜ ଦୋଳି ଖେଳିବାକୁ । କେତେ ନିଆରା ଏହି ପର୍ବ । ଯେଉଁପର୍ବ ପ୍ରତିବର୍ଷ ଜୁନ ୧୪ ତାରିଖ ଦିନ ଆରମ୍ଭ ହୋଇଥାଏ । ଏହି ପର୍ବକୁ ୩ ଦିନ ପାଳନ କରାଯାଏ । କୁଆଁରି ଝିଅମାନେ ଭଳିକି ଭଳି ଡ୍ରେସ ପିନ୍ଧି,ପାଦରେ ଅଳତା ଲଗାଇ,ସାଜସଜ୍ଜା ହୋଇ ରଜ ମନାଇଥାନ୍ତି । ପହିଲି ରଜପାଇଁ ଆଜି ସକାଳୁ ସକାଳୁ ଚଳଚଞ୍ଚଳ ହୋଇଯାଇଛି ପୁରପଲ୍ଲୀ । କଥା ଅଛି ବାର ମାସରେ ତେର ପର୍ବ । ସମସ୍ତ ପର୍ବ ମଧ୍ୟରୁ ରଜ ପର୍ବ ତ ସବୁଠୁ ନିଆରା । ରଜ ଆସିଲେ ଚଳଚଂଚଳ ହୋଇ ଉଠେ ପୁରପଲ୍ଲୀ ଓ କୁଆରୀ ମାନଙ୍କ ମନ । ରଜ ଆସେ ବର୍ଷା ଭିଜା ମାଟିର ସୁଗନ୍ଧରେ । ରଜ ଆସେ ଜଣେ କୁଆଁରୀ ପାଦର ଅଳତାରେ । ରଜ ଆସେ ନୂଆ ଡ୍ରେସରେ, ରଜ ପାନରେ, ପୋଡ ପିଠାରେ ଆଉ ଦୋଳୀ ଖେଳର ସାଜସଜାରେ । କୁଆଁରିମାନେ ରଜରେ ଦୋଳି ଖେଳବା ସହ ମେହେନ୍ଦୀ ଲଗାଇବା, ପିଠା, ମିଠା ପାନ ଖାଇବାକୁ ପସନ୍ଦ କରିଥାନ୍ତି।ରଜ ପାଇଁ ପୂର୍ବଦିନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଆଯାଇଥାଏ । କୁଆଁରୀମାନଙ୍କ ହାତର ମେହେନ୍ଦୀର ଧିମାବାସ୍ନା ସେମାନଙ୍କ ହୃଦୟକୁ ଆନମନା କରିଦେଇଛି । ସାଜସଜା ହୋଇ ସମସ୍ତେ ଖୁସି ମନେଇଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking