18.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଆଜି ବିଧାନସଭା ବହୁମତର ପ୍ରମାଣ ଦେବେ ହେମନ୍ତ ସୋରେନ୍

ଆଜି ବିଧାନସଭା ବହୁମତର ପ୍ରମାଣ ଦେବେ ହେମନ୍ତ ସୋରେନ୍

ନୂଆଦିଲ୍ଲୀ: ଆଜି ବିଧାନସଭା ବହୁମତର ପ୍ରମାଣ ଦେବେ ହେମନ୍ତ ସୋରେନ୍ । ଝାଡଖଣ୍ଡରେ ସରକାର ଗଠନ କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଆଜି ବିଧାନସଭାରେ ଶକ୍ତି ପରୀକ୍ଷା ହେବ । ତେବେ ଏଥିପାଇଁ ଝାଡଖଣ୍ଡ ରାଜନୀତି ସରଗରମ ହେଇଛି । ଆଉ ଉଭୟ ଶାସକ ଓ ବିରୋଧୀ ଏଥିପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି । ଗତକାଲି ଶାସକ ଦଳର ବିଧାୟକମାନେ ବସି ଆଲୋଚନା କରିଥିଲେ । ଏହି ବୈଠକରେ ବହୁମତ ପରୀକ୍ଷା ଏବଂ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଆଲୋଚନା ହେଇଥିବା ଜଣାପଡିଛି । ଅନ୍ୟପଟେ ଝାଡଖଣ୍ଡରେ ବିରୋଧୀ ଆସନରେ ବସିଥିବା ବିଜେପି ମଧ୍ୟ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ପ୍ରଦୀପ ଯାଦବଙ୍କ କହିବା କଥା, ଗତକାଲିର ବୈଠକରେ ଦଳ ବିଧାନସଭାରେ ଶକ୍ତି ପରୀକ୍ଷଣ ଏବଂ କ୍ୟାବିନେଟ୍ ବିସ୍ତାର ନେଇ ଆଲୋଚନା କରିଛି । ତେବେ ଗୃହରେ ବହୁମତ ପ୍ରମାଣ ପାଇଁ ତାଙ୍କ ପାଖରେ ପର୍ୟ୍ୟାପ୍ତ ସଂଖ୍ୟାବଳ ଥିବା ସେ ଦାବି କରିଛନ୍ତି । ଅନ୍ୟପଟେ ଆଜିର ଅଧିବେଶନରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପଟେ ଶାସକ ଦଳ ବିରୋଧୀଙ୍କୁ ଚକମା ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ  ହେମନ୍ତ ସରକାରକୁ ଚେକ୍ ଦେବାକୁ ଲକ୍ଷ୍ୟ ରଖିଛି । ଦଳର ନେତା ଦାବି କରିଛନ୍ତି ଯେ, ଏହି ମେଣ୍ଟ ସରକାରରେ ଅନ୍ତଦ୍ୱନ୍ଦ୍ୱ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking