27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଝିଅକୁ ବଞ୍ଚାଇବା ପାଇଁ ଛେପ ଚାଟିବା ସହ ଜୋତାମାଳ ପିନ୍ଧି ବୁଲିଲେ ବୃଦ୍ଧ

ଝିଅକୁ ବଞ୍ଚାଇବା ପାଇଁ ଛେପ ଚାଟିବା ସହ ଜୋତାମାଳ ପିନ୍ଧି ବୁଲିଲେ ବୃଦ୍ଧ

ଲକ୍ଷ୍ନୌ: ଦିନକୁ ଦିନ ନୃଶଂସ ପାଲଟିଯାଉଛନ୍ତି ଯୁବପିଢ଼ି । ଜେଜେବାପା ବୟସର ଲୋକଙ୍କୁ ସ୍ନେହ ଆଦର ଦେବା ବଦଳରେ ବେକରେ ଜୋତାମାଳ ପିନ୍ଧାଇ ବୁଲାଉଛନ୍ତି । ଏମିତିକି ଛେପକୁ ଚାଟିବାକୁ ବାଧ୍ୟ କଲେ । ଘଟଣାଟି ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରେ ଦେଖିବାକୁ ମିଳିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ପୋଲିସର କହିବାନୁଯାୟୀ ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ସତ ସାମ୍ନାକୁ ଆସିଲା । ୭୫ ବର୍ଷୀୟ ମହୋବତ୍ ଅଲିଙ୍କ ସହ ଏଭଳି କାଣ୍‌ତ ଘଟିଛି ।

ଏମିତିକି ଦୁର୍ବୃତ୍ତମାନେ ତାଙ୍କ ମୁହଁରେ କାଳୀ ବି ବୋଳି ଦେଇଥିବା ପୋଲିସ କହିଛି । ଅଲି ଏନେଇ ପୋଲିସରେ ମାମଲା ରୁଜୁ କରିଥିଲେ । ସେ କହିଥିଲେ ପ୍ରଥମେ ଦୁର୍ବୃତ୍ତ ତାଙ୍କ ଝିଅକୁ ଅସଦାଚରଣ କରିଥିଲେ । ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ସହ ଏଭଳି ବ୍ୟବହାର କଲେ । ପୋଲିସ ଘଟଣାର ଚାରି ଜଣ ଅଭିଯୁକ୍ତ ଜାଫର୍‌, ଅମନ୍ ପାଣ୍ଡେ, ଅଖିଲେଶ ସାହନି ଓ ଘନଶ୍ୟାମ ତିୱାରୀଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଅପମାନ ଏବଂ ଅପରାଧିକ କାର୍ଯ୍ୟ ଆଧାରରେ ମାମଲା ରୁଜୁ କରିଛି । କେବଳ ଉତ୍ତରପ୍ରଦେଶ କାହିଁକି ଦେଶର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ଯେଉଁଠି ଯୁବପିଢ଼ି ନିଜ ପିତାମାତା ଏମିତିକି ମହିଳାଙ୍କୁ ଅସଦାଚରଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking