27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶତିରୁପତି ଲଡୁ ବିବାଦ: ମୁହଁ ଖୋଲିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ତିରୁପତି ଲଡୁ ବିବାଦ: ମୁହଁ ଖୋଲିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ତିରୁପତି ମନ୍ଦର ଲଡୁରେ ଅପମିଶ୍ରଣକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ଏବଂ ଏହାକୁ ନେଇ ଏବେ ଦେଶବ୍ୟାପୀ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଏପ୍ରକାର ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ବର୍ତ୍ତମାନ ସମୟରେ ମନ୍ଦିର ପ୍ରସାଦ ନାମ ଶୁଣିବା ମାତ୍ରେ ତାଙ୍କୁ ଭୟ ଲାଗୁଛି ବୋଲି କହିଛନ୍ତି। ଶ୍ରୀ କୋବିନ୍ଦଙ୍କ କହିବାନୁସାରେ, ପ୍ରସାଦକୁ ନେଇ ହିନ୍ଦୁମାନଙ୍କର ଗଭୀର ଆସ୍ଥା ଥାଏ।

ହେଲେ ଏହି ମିଶ୍ରଣ ଖବର ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଚିନ୍ତା ଉପୁଜାଇଛି। ନିଜର ଏକ ଅନୁଭବ ସମ୍ପର୍କରେ କହିବାକୁ ଯାଇ ଶ୍ରୀ କୋବିନ୍ଦ କହିଛନ୍ତି, ତାଙ୍କର କିଛି ସହଯୋଗୀ ନିକଟରେ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ତାଙ୍କ ପାଇଁ ପ୍ରଭୁ ବିଶ୍ୱନାଥଙ୍କ ପ୍ରସାଦ ଆଣିଥିଲେ। ଯେତେବେଳେ ସେ ଏହି ପ୍ରସାଦକୁ ଗ୍ରହଣ କଲେ ସେତେବେଳେ ତାଙ୍କ ମନକୁ ତିରୁପତି ମନ୍ଦିରର ଲଡୁରେ ମିଶ୍ରଣ କଥା ମନେ ପଡ଼ିଥିଲା। ଏହି ସମୟରେ ତାଙ୍କ ମନକୁ କେବଳ ଗୋଟିଏ କଥା ହିଁ ଆସିଥିଲା, ଏପରି ସମସ୍ୟା କେବଳ ଗୋଟିଏ ମନ୍ଦିରରେ ସୀମିତ ହୋଇପାରେନା। ଅନ୍ୟ ମନ୍ଦିରରେ ବି ହୋଇଥାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking