26.1 C
Bhubaneswar
Friday, September 20, 2024
Homeଓଡିଶାତିର୍ତ୍ତୋଲ ବିଧାୟଙ୍କ ବିବାହ ବିବାଦ ମାମଲା; ହାଜର ହେଲେ ସୋମାଲିକା; ଆସିଲେନି ବିଜୟଶଙ୍କର ଓ ପ୍ରତ୍ୟୁଷା

ତିର୍ତ୍ତୋଲ ବିଧାୟଙ୍କ ବିବାହ ବିବାଦ ମାମଲା; ହାଜର ହେଲେ ସୋମାଲିକା; ଆସିଲେନି ବିଜୟଶଙ୍କର ଓ ପ୍ରତ୍ୟୁଷା

କଟକ: କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମିକା ସୋମାଲିକା ଦାଶ ଆଜି ହାଜର ହୋଇଛନ୍ତି । ବିଜୟଶଙ୍କର ପକ୍ଷରୁ ପ୍ରତ୍ୟୁଷା ନନ୍ଦଙ୍କ ବିବାହ ଆବେଦନ ଉପରେ ସୋମାଲିକା ଆପତ୍ତି ଉଠାଇବା ସହ ପତ୍ୟୁଷା ବିବାହିତ ବୋଲି ଦର୍ଶାଇଥିଲେ । ତେବେ ପ୍ରତ୍ୟୁଷାଙ୍କ ବିବାହ ସମ୍ପର୍କିତ ପ୍ରମାଣ ଦାଖଲ କରିବାକୁ ପଞ୍ଜିକରଣ ଅଧିକାରୀ ତାଙ୍କୁ କହିଥିଲେ । ସେଥିପାଇଁ ଦୁଇ ସପ୍ତାହ ସମୟ ଦେବାକୁ ସୋମାଲିକାଙ୍କ ଅନୁରୋଧ କରିଥିଲା ବେଳେ ବିବାହ ପଞ୍ଜିକରଣ ଅଧିକାରୀ ଏହାକୁ ଗ୍ରହଣ କରିଥିଲେ ।

ଏହାଛଡା ନିଜ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ସାକ୍ଷଗ୍ରହଣ କରିବାକୁ ସୋମାଲିକା ଆବେଦନ କରିଛନ୍ତି । ସେହି ସାକ୍ଷୀମାନଙ୍କୁ ହାଜର ହେବାକୁ ନୋଟିସ୍ ହେବ ବୋଲି ପଞ୍ଜିକରଣ ଅଧିକାରୀ କହିଛନ୍ତି । ଆସନ୍ତା ୨୧ ତାରିଖରେ ମାମଲା ପରବର୍ତ୍ତୀ ଶୁଣାଣି ହେବ । ଏଣୁ ଏହି ତାରିଖରେ ପ୍ରତ୍ୟୁଷାଙ୍କ ବିବାହ ସମ୍ପର୍କିତ ପ୍ରମାଣ ସହ ପୁନର୍ବାର ହାଜର ହେବାକୁ ସୋମାଲିକାଙ୍କୁ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବିଜୟଶଙ୍କର ଦାସ ଓ ତାଙ୍କ ଭାବିପତ୍ନୀ ପ୍ରତ୍ୟୁଷା ନନ୍ଦ ଓ ସୋମାଲିକାଙ୍କୁ ଆଜି ହାଜର ହେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ବିଜୟ ଶଙ୍କର ଓ ପ୍ରତ୍ୟୁଷା ଆଜି ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ହାଜର ହୋଇନଥିଲେ ।

ସୂଚନାଯୋଗ୍ୟ ବିଜୟଙ୍କ ବିବାହକୁ ବିରୋଧରେ କରି ସେମାଲିକା ପୂର୍ବରୁ ହାଇକୋର୍ଟଙ୍କ ଦ୍ୱରସ୍ଥ ହୋଇଛନ୍ତି । ବିଜୟ -ପ୍ରତ୍ୟୁଷାଙ୍କ ବିବାହ ଉପରେ ରୋକ୍ ଲଗାଇବାକୁ ଅଦାଲତଙ୍କ ହସ୍ତକ୍ଷେପ ଲୋଡି ସେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ସୋମାଲିକା ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିଜୟଙ୍କ ବିବାହ ଆବେଦନ ପ୍ରସଙ୍ଗରେ ସେ ଜଗତସିଂପୁର ରେଜିଷ୍ଟ୍ରାର ଅଫ୍ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବାବେଳେ କାର୍ଯ୍ୟାଳୟ ପକ୍ଷରୁ ବିଧାୟକଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିିଁ । ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି । ସୋମାଲିକା ଏହି ମାମଲାରେ ବିଧାୟକ ବିଜୟଶଙ୍କରଙ୍କ ସମେତ ରେଜିଷ୍ଟ୍ରାର ଅଫ୍ ମ୍ୟାରେଜଙ୍କ କାର୍ଯ୍ୟାଳୟ କଟକ କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking