27.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଟାଇମ୍ସ ନାଓ-ନବ ଭାରତ ସର୍ଭେ; ପୁଣିଥରେ ବୃହତ୍ତମ ଦଳ ସାଜିବ ବିଜେପି

ଟାଇମ୍ସ ନାଓ-ନବ ଭାରତ ସର୍ଭେ; ପୁଣିଥରେ ବୃହତ୍ତମ ଦଳ ସାଜିବ ବିଜେପି

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ କହିଥିଲେ, “ବିରୋଧୀଙ୍କ ଆଭିମୁଖ୍ୟ ଦେଖି ଲାଗୁଛି ଏଥର (୨୦୨୪ ଲୋକସଭା ନିର୍ବାଚନ) ମଧ୍ୟ ଆମେ ୪୦୦ ଆସନ ଜିତିବୁ” । ତେବେ ମୋଦୀଙ୍କ ଏପ୍ରକାର ବିବୃତିକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଏସବୁ ମଧ୍ୟରେ ଟାଇମ୍ସ ନାଓ-ନବ ଭାରତ ପକ୍ଷରୁ କରାଯାଇଥିବା ଏକ ସର୍ଭେର ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ବିଜେପି ପୁଣିଥରେ ଦେଶରେ ବୃହତ୍ତମ ଦଳ ସାଜିବ ବୋଲି ସ୍ପଷ୍ଟ ଆଭାସ ମିଳିଛି । ଅବଶ୍ୟ ୪୦୦ ଆସନ ଲକ୍ଷ୍ୟରୁ ବିଜେପି ଅଳ୍ପକେ ପଛରେ ରହିଯାଇପାରେ କିନ୍ତୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୩୬୬ ଆସନ ସହ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଏଥିରେ ଦର୍ଶାଯାଇଛି । ସେହିପରି ଇଣ୍ଡିଆ ମିଳିତ ମଞ୍ଚ ୧୦୪ ଆସନ ଓ ଅନ୍ୟଦଳଗୁଡ଼ିକ ୭୩ଟି ଆସନ ହାତେଇବାରେ ସଫଳ ହୋଇପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଲୋକସଭା ନିର୍ବାଚନକୁ ଆହୁରି ୩ ମାସ ବାକି ଥିବା ବେଳେ ବିଜେପି ନିଜ ରଣନୀତି ଅନ୍ତର୍ଗତ ୪୦୦ ଆସନର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସଫଳ ହୋଇପାରେ ବୋଲି କୁହାଯାଇଛି ।

ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଜେପି ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଏଥର ଅଧିକ ଲୋକସଭା ଆସନ ହାତେଇବା ସମ୍ଭାବନା ଅଧିକ ରହିଛି । ସେହିପରି କର୍ଣ୍ଣାଟକରେ ମଧ୍ୟ ବିଜେପି ଏଥର ଅଧିକ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଉଛି । କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବା ସତ୍ତ୍ୱେ ବିଜେପି ଏଠାରେ ରାଜ୍ୟର ମୋଟ୍ ୨୮ ଲୋକସଭା ଆସନ ମଧ୍ୟରୁ ୨୧ଟି ଆସନରେ ଫେଭରିଟ୍ ରହିଛି । କଂଗ୍ରେସକୁ ଏଥର ମାତ୍ର ୫ଟି ଆସନ, ଜେଡିଏସ୍‌କୁ ୨ଟି ଆସନ ମିଳିବା ନେଇ ସର୍ଭେ ରିପୋର୍ଟ ଦର୍ଶାଇଛି । ଏତଦ୍‌ବ୍ୟତୀତ ବିହାରରେ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ଏବେ ଏନ୍‌ଡିଏରେ ସାମିଲ ହୋଇସାରିଥିବାରୁ ଏଥର ଏନ୍‌ଡିଏ ବିହାରରେ ପ୍ରାୟ ୩୫ ଆସନ ଅକ୍ତିଆର କରିନେବ ବୋଲି ସର୍ଭେ ଫଳାଫଳ ଦର୍ଶାଉଛି । ସେହିପରି ବିହାରରେ ଇଣ୍ଡିଆ ମିଳିତ ମଞ୍ଚକୁ ୫ଟି ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏତଦବ୍ୟତୀତ ଦେଶର ଅନ୍ୟସବୁ ରାଜ୍ୟରେ ମଧ୍ୟ ବିଜେପି ଏଥର ଫେଭରିଟ୍ ଦଳ ଭାବେ ଉଭା ହୋଇଥିବା ସର୍ଭେ ରିପୋର୍ଟ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking