27 C
Bhubaneswar
Sunday, April 12, 2026
Homeଓଡିଶାସମବାୟକୁ ସଶକ୍ତ କରିବାକୁ ହେଲେ ଅଧିକରୁ ଅଧିକ ସମବାୟପ୍ରେମୀଙ୍କୁ ବିଜେପିର ସଦସ୍ୟତା ଦେବାର ବେଳ ଆସିଛି:...

ସମବାୟକୁ ସଶକ୍ତ କରିବାକୁ ହେଲେ ଅଧିକରୁ ଅଧିକ ସମବାୟପ୍ରେମୀଙ୍କୁ ବିଜେପିର ସଦସ୍ୟତା ଦେବାର ବେଳ ଆସିଛି: ବିଜେପି

– ରାଜ୍ୟର ସମବାୟ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରାୟ ୧ ଲକ୍ଷ୍ୟ ସଦସ୍ୟଙ୍କୁ ସଦସ୍ୟତା କରାଯିବ
– ସମବାୟ ସମତି ବିଜୁ ଜନତା ଦଳର ଥଇଥାନର କେନ୍ଦ୍ର ପାଲଟିଥିଲା
– ଓଡିଶାର ସମବାୟର ସ୍ଥିତି ଅତ୍ୟନ୍ତ ଦୟନୀୟ
– ପ୍ରାଥମିକ ସମବାୟ ସମିତି ଗ୍ରାମ୍ୟ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ

ଭୁବନେଶ୍ୱର : ଓଡ଼ିଶାରେ ସମବାୟ ବ୍ୟବସ୍ଥାର ସ୍ଥିତି ଅତି ଦୟନୀୟ । ଗତ ସରକାର ସମୟରେ ସମବାୟର ସ୍ଥିତି ଧ୍ୱଂସ ସୂପରେ ପରିଣତ ହୋଇଛି । ସମବାୟ ଅର୍ଥକୁ କଦର୍ଥ କରି ସେତେବେଳେ ବିଜୁ ଜନତା ଦଳ ସମବାୟକୁ ଏକ ଥଇଥାନର କେନ୍ଦ୍ର ରୂପରେ ପରିଣତ କରିଥିଲେ । ଏଠାରେ ଭ୍ରଷ୍ଟଚାରର ସବୁ ସୀମା ଟପିଯାଇଥିଲା । ଏହାର ଢ଼ାଂଚା ପରବର୍ତନ କରାଯିବା ସହ ଓଡ଼ିଶାରେ ସମବାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କ୍ରିୟାଶୀଳ କରିବା ପାଇଁ ବିଜେପି ବଦ୍ଧପରିକର । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ବିଜେପିକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ହେଲେ ବିଜେପିର ସାଂଗଠନିକ ଶକ୍ତିକୁ ମଧ୍ୟ ସୁଦୃଢ କରିବା ଆବଶ୍ୟକ ଏବଂ ସମବାୟବିତଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିବ । ଏଥି ପାଇଁ ବିଜେପି ସମବାୟ ପ୍ରକୋଷ୍ଠ ସମସ୍ତ ପ୍ରକାରର ପ୍ରୟାସ ଜାରୀ ରଖିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମବାୟ ପ୍ରକୋଷ୍ଠ ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କ ନେତୃତ୍ୱରେ ବର୍ତମାନ ସମଗ୍ର ଦେଶରେ ସମବାୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି । ସମବାୟକୁ ଗ୍ରାମାଚଂଳରେ ବିଜନେସ୍‌ର ହବ୍ ଭାବେ ପରିଣତ କରାଯିବ । ସମବାୟ ସଂସ୍ଥା ଜରିଆରେ କୃଷି ଋଣ ସମେତ ଓøଷଧ, ପେଟ୍ରୋଲ, ଡିଜେଲ, କୀଟନାଶକ ଓ ସାର ଆଦି ଉପଲବ୍ଧ କରାଯିବା ସହିତ ସୌରଚାଳିତ ଶୀତଳ ଭଣ୍ଡାର, ଗୋଦାମ ଗୃହ, ଜନସେବା କେନ୍ଦ୍ର, ବ୍ୟାଂକ ଓ ଏଟିଏମ, କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯିବ । ଏହା ଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି । ରାଷ୍ଟ୍ରବାଦ ବିଚାରଧାରାର ଅଧିକରୁ ଅଧିକ ସଦସ୍ୟ ସମବାୟ ସହିତ ଯୋଡି ହୋଇ ସମବାୟ ସଂସ୍ଥାଗୁଡିକୁ ଲୋକାଭୀମୁଖୀ କରିବା ପାଇଁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଏହି ବୈଠକରେ ଯୋଗ ଦେଇ କହିଛନ୍ତି ।

ବର୍ତମାନ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ରାଜ୍ୟର ସମବାୟ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରାୟ ୧ ଲକ୍ଷ୍ୟ ସଦସ୍ୟଙ୍କୁ ସଦସ୍ୟତା କରାଯିବ । ସମସ୍ତ ପ୍ରାଥମିକ ସମବାୟ ସମିତିର ନେତା ଓ ସମବାୟବିତ୍‌ମାନଙ୍କୁ ଦଳରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଂଜନ ମଙ୍ଗରାଜ କହିଛନ୍ତି । ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସମବାୟ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ସୁଦର୍ଶନ ନାୟକ, ଯଜେ୍ଞଶ୍ୱର ବାବୁ, ପବିତ୍ର ଦାସ, ଅକ୍ଷୟ ମହାନ୍ତି, ଇଂ.ଅଜୟ ସାହୁ, ରଞ୍ଜିତ୍ ଆଚାର୍ଯ୍ୟ, କଲ୍ୟାଣ ଚାଟାର୍ଜୀ, ଅରଣ ଭଟ୍ଟମିଶ୍ର, ଶେଷକୁମାର ମେହେର ଓ ସୈାମ୍ୟରଂଜନ ଲେଂକା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସଦସ୍ୟ ଟୋଲିର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking