31.1 C
Bhubaneswar
Friday, September 13, 2024
Homeଦେଶ ବିଦେଶଟିମ ୱାଲଜ୍ ଡେମୋକ୍ରାଟିକ୍ ପାର୍ଟି ଉପରାଷ୍ଟ୍ରପତି ପ୍ରାର୍ଥୀ

ଟିମ ୱାଲଜ୍ ଡେମୋକ୍ରାଟିକ୍ ପାର୍ଟି ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ୍ :ଆମେରିକା ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ସେତେ ସେତେ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । ସୋମବାର ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ନିଜ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ଜୋ ବାଇଡେନ୍ ରାଷ୍ଟ୍ରପତି ଦୌଡରୁ ଓହରିଯିବା ପରେ ପରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଳା ହାରିସ୍‌ଙ୍କ ନାମ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ସୋମବାର କମଳାଙ୍କ ଡେପୁଟି ଅର୍ଥାତ୍ ଉପରାଷ୍ଟ୍ରପତି ପଦ ପାଇଁ ଟିମ୍ ୱାଲ୍‌ଜ୍‌ଙ୍କ ନାମ ଘୋଷଣା କରାଯାଇଛି । ପ୍ରକାଶ, ଉପରାଷ୍ଟ୍ରପତି ଦୌଡ଼ରେ ୱାଲଜଙ୍କ ବ୍ୟତୀତ ପେନ୍‌ସିଲଭାନିଆର ଗଭର୍ଣ୍ଣର ଜୋସ୍ ଶାପିରୋ ମଧ୍ୟ ରହିଥିଲେ । କିନ୍ତୁ କମଲା ହାରିସ ତାଙ୍କ ରନିଂମେଟ୍ ଭାବେ ୱାଲଜଙ୍କୁ ଚୟନ କରିଛନ୍ତି । ଆମେରିକାର ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଆଜି ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଘୋଷଣା କରିଛନ୍ତି । ଚଳିତ ସପ୍ତାହରେ କମଲା ହାରିସ୍ ନିର୍ବାଚନ ପ୍ରଚାର କରିବା ସମୟରେ ଏଣିକି ତାଙ୍କ ସହ ଟିମ୍ ୱାଲଜ ମଧ୍ୟ ନଜର ଆସିବେ ।
ପ୍ରକାଶ, ୱାଲଜ୍‌ଙ୍କ ରାଜନୈତିକ ଯାତ୍ରା ୨୦୦୬ରୁ ଆରମ୍ଭ ହୋଇଥିଲା । ରିପବ୍ଲିକାନ କଂଗ୍ରେସିଆଲ ଡିଷ୍ଟ୍ରିକର ଗୋଟିଏ ଆସନରୁ ସେ ଆମେରିକା ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିଲେ । ଏହି ପଦରେ ସେ ୨୦୧୬ ଯାଏ ରହିଥିଲେ । ଏହାପରେ ସେ ଗଭର୍ଣ୍ଣର ପଦ ପାଇଁ ନିର୍ବାଚନ ଲଢ଼ିଥିଲେ । ୨୦୧୮ରେ ସେ ପ୍ରଥମଥର ଓ ୨୦୨୨ରେ ଦ୍ୱିତୀୟ ଥର ପାଇଁ ଗଭର୍ଣ୍ଣର ହୋଇଥିଲେ । ୱାଲଜ ସମ୍ପ୍ରତି ମିନ୍ନେସୋଟାର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ରହିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ଟିମ୍ ୱାଲଜ୍ ମିନ୍ନେସୋଟାର ମାନକାଟୋରେ ଗୋଟିଏ ହାଇସ୍କୁଲରେ ଶିକ୍ଷକ ଓ ଫୁଟବଲ୍ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ୨୪ ବର୍ଷ ଧରି ଆର୍ମି ନ୍ୟାସନାଲ ଗାର୍ଡରେ ମଧ୍ୟ କାର୍ଯ୍ୟ କରିଥିଲେ ଓ ମାଷ୍ଟର ସର୍ଜେଣ୍ଟ ଭାବରେ ଅବସର ନେଇଥିଲେ । ଲୁଥେରାନ ଧର୍ମାବଲମ୍ବୀ ୱାଲଜ ଜଣେ ସମଲିଙ୍ଗୀ ବ୍ୟବସ୍ଥାର ଦୃଢ଼ ସମର୍ଥକ ଭାବେ ଜଣାଶୁଣା ବ୍ୟକ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking