29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶନେପାଳରେ ଟିକ୍ ଟକ୍ ବ୍ୟାନ୍‌

ନେପାଳରେ ଟିକ୍ ଟକ୍ ବ୍ୟାନ୍‌

କାଠମାଣ୍ଡୁ : ନେପାଳରେ କ୍ଷମତାସୀନ ପ୍ରଚଣ୍ଡ ସରକାର ସୋମବାର ଚାଇନିଜ୍ ଆପ୍ ‘ଟିକ୍ ଟକ୍‌’କୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାମାଜିକ ଚଳଣି ଉପରେ ଏହି ଆପ୍ କୁପ୍ରଭାବ ପକାଉଥିବାରୁ ଏହାକୁ ବ୍ୟାନ୍ କରାଯାଇଛି ବୋଲି ନେପାଳ  ମିଡିଆ ପକ୍ଷରୁ କୁହାଯାଇଛି । ତେବେ କେଉଁ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ନେପାଳର ଯୋଗାଯୋଗ ଓ ସୂଚନା ଟେକ୍ନୋଲୋଜି ମନ୍ତ୍ରୀ ରେଖା ଶର୍ମା କହିଛନ୍ତି ।

ଏହି ଆପ୍ ଯୋଗୁଁ ବିଗତ ଚାରିବର୍ଷ ମଧ୍ୟରେ ନେପାଳରେ ୧୬୪୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା କୁହାଯାଇଛି । ନେପାଳରେ ଖୁବଶୀଘ୍ର ଲିଆସନ୍ ଅଫିସ ଖୋଲିବାକୁ ସ୍ଥାନୀୟ ସରକାର ଫେସ୍‌ବୁକ୍‌, ଏକ୍ସ (ଟ୍ୱିଟର), ୟୁଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ ସଂସ୍ଥାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking