26.1 C
Bhubaneswar
Thursday, December 25, 2025
Homeଓଡିଶାବାଘ ଛାଲ ଜବତ: ୫ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ବାଘ ଛାଲ ଜବତ: ୫ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବନବିଭାଗ କୁ ପ୍ରଥମ ଥର ପାଇଁ ମିଳିଛି ସଫଳତା । ତିରିଶି ଲକ୍ଷ ଟଙ୍କା ରେ ଡିଲ ହେଉଥିବା ସମୟରେ ଗୁପ୍ତଚରର ସହାୟତାରେ କାଶୀପୁର ବନ ବିଭାଗ ଟିକିରି ରେଞ୍ଜ କଲ୍ୟାଣ ସିଂ ପୁର ବନ ବିଭାଗ ଓ କଳାହାଣ୍ଡି dfo ସହ କରଲପାଟ ବନ ବିଭାଗ ର ମିଳିତ ଉଦ୍ୟମରେ କାଶୀପୁର ସ୍ଥିତ ହନୁମାନ ମନ୍ଦିର ନିକଟରେ ମାଡ଼ିବସିଲେ । ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡା ସହ 4ଟି ମୋବାଇଲ ଗୋଟିଏ ଛୁରୀ ତିନଟି ମଟର ସାଇକଲ ଜବତ କରାଯାଇଛି । ଅଭିଯୁକ୍ତ ପାଞ୍ଚ ଜଣ ହେଲେ ଈଶ୍ୱର ନାଏକ, ଅମର ସିଂ ଗୁଡା, କାଳୁ ମାଝୀ ,କୋଡ଼କି ପଦର, ସୌର ସିଂ ମାଝୀ, । ପରେ ପାଞ୍ଚ ଜଣ ଅଭିଯୁକ୍ତ ମାନଂକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟିକିର ରେଞ୍ଜର ଶ୍ରୀ ଅନିଲ ପାଣିଗ୍ରାହୀ ସୂଚନା ଦେଇଥଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking