20.1 C
Bhubaneswar
Sunday, November 17, 2024
Homeଓଡିଶାସଉତୁଣୀଙ୍କ ମୁହଁରେ ଫିଙ୍ଗିଲେ ଗରମ ତେଲ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସଉତୁଣୀଙ୍କ ମୁହଁରେ ଫିଙ୍ଗିଲେ ଗରମ ତେଲ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗର ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଥମ ସ୍ତ୍ରୀ ତାଙ୍କ ସଉତୁଣୀଙ୍କ ମୁହଁରେ ଗରମ ତେଲ ଫିଙ୍ଗି ଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସ୍ୱାମୀ ନିରଞ୍ଜନ ପୃଷ୍ଟି ତାଙ୍କ ଦ୍ୱିତୀୟ ସ୍ତ୍ରୀ ତଥା ବିଷ୍ଣୁପ୍ରିୟା ପୃଷ୍ଟିଙ୍କୁ ଏମ୍‌କେସିଜିରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ନୀରଞ୍ଜନ ପୃଷ୍ଟି ପୋଲସରା ଅଞ୍ଚଳର ହୋଇଥିବା ବେଳେ ସେ ବ୍ରହ୍ମପୁରରେ ରହୁଥିବା ସହ ଏକ ହୋଟେଲ୍‌ରେ ରୋଷେୟା ଭାବରେ କାର୍ଯର୍୍ୟ କରିଛନ୍ତି । ସେ ୨୦ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ଉଭୟଙ୍କ ଦୀର୍ଘ ବର୍ଷ ଧରି କୌଣସି ସନ୍ତାନ ହୋଇନଥିଲା । ପରେ ସେ ବିଷ୍ଣୁପ୍ରିୟାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

ଏହାପରେ ଦ୍ୱିତୀୟ ସ୍ତ୍ରୀଙ୍କ ଦୁଇଟି ସନ୍ତାନ ହୋଇଥିଲା । ଅନ୍ୟପକ୍ଷରେ ଛୋଟ ଛୋଟ କଥାରେ ଦୁଇ ସଉତୁଣୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । କିଛି ବର୍ଷ ପୂର୍ବେ ନିରଞ୍ଜନଙ୍କ ଘରର ସମ୍ପତ୍ତି ଭାଗ ହୋଇଥିବା ବେଳେ ନିରଞ୍ଜନଙ୍କ ପ୍ରଥମ ସ୍ତ୍ରୀ ନିରଞ୍ଜନଙ୍କ ଭାଗରେ ଥିବା ସମସ୍ତ ସମ୍ପତି ନେଇଯାଇଥିବା ସେ କହିଛନ୍ତି । ପରେ ନିରଞ୍ଜନଙ୍କ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ନେଇ ଗଜପତି ନଗର ୩ୟ ଗଳିରେ ରହୁଥିଲେ। ଆଜି ସକାଳେ ବିଷ୍ଣୁପ୍ରିୟା ତାଙ୍କ ପିଲାମାନଙ୍କୁ ସ୍କୁଲ ପଠାଇବା ପାଇଁ ପ୍ରସ୍ତୁତ କରୁଥିଲେ । ଏହି ସମୟରେ ପ୍ରଥମ ସ୍ତ୍ରୀ ଏକ ପାତ୍ରରେ ଗରମ ତେଲ ଆଣି ବିଷ୍ଣୁପ୍ର୍ରିୟାଙ୍କ ମୁହଁରେ ଫୋପାଡି ଦେଇଥିଲେ । ଯାହାଫଳରେ ବିଷ୍ଣୁପ୍ରିୟାଙ୍କ ଶରୀରର ବିଭିନ୍ନ ସ୍ଥାନରେ ତେଲ ପଡି ପୋଡ଼ି ଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍‌କେସିଜି ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking