ଗଞ୍ଜାମ: ପ୍ରେମ ବ୍ୟାପାରକୁ ନେଇ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁକ୍ତ ତିନି ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବ୍ରହ୍ମପୁର ମେଡିକାଲ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୨୮ ତାରିଖରେ ଗଂଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ଗାଁର ଯୁକ୍ତ- ୩ ଛାତ୍ରୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଶରୀରର ବେକ ଓ ମୁହଁ ଭାଗର ୬୦ ପ୍ରତିଶତରୁ ଅଧିକ ପୋଡି ଯାଇଥିଲା । ପ୍ରେମ ବ୍ୟାପାରକୁ ନେଇ ସେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।










