26.1 C
Bhubaneswar
Sunday, November 17, 2024
Homeବିଜିନେସ୍୩ ଦିନ ପରେ ଉପରକୁ ଉଠିଲା ପୁଞ୍ଜିବଜାର

୩ ଦିନ ପରେ ଉପରକୁ ଉଠିଲା ପୁଞ୍ଜିବଜାର

ନୂଆଦିଲ୍ଲୀ : ୩ ଦିନର ବିଫଳତା ଧାରାକୁ ପଛରେ ପକାଇ ନିବେଶକଙ୍କୁ ଲାଭବାନ କରିଛି ଭାରତୀୟ ପୁଞ୍ଜିବଜାର । ସେନ୍‌ସେକ୍ସ ୫୦୩ ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟି ୧୪୪ ପଏଣ୍ଟ ଉପରକୁ ଉଠିଛି । ୩୦ ଶେୟାର ବିଏସ୍‌ଇ ସେନସେକ୍ସ ୫୦୩ ପଏଣ୍ଟ ଉପରକୁ ଉଠି ୫୪୨୫୩ ପଏଣ୍ଟରେ ପହଞ୍ଚିଛି । ଅନ୍ୟ ପକ୍ଷରେ ନିଫ୍‌ଟି ୧୪୪ ପଏଣ୍ଟ ଉପରକୁ ଉଠି ୧୬୧୭୦ ପଏଣ୍ଟରେ ରହିଛି । ନିଫ୍‌ଟି ମିଡ୍ କ୍ୟାପ୍‌-୧୦୦ ଶେୟାର ଗୁଡିକ ୧.୩୫ ପ୍ରତିଶତ ଉପରକୁ ଉଠିଥିବ ବେଳେ ସ୍ମଲ୍ କ୍ୟାପ୍ ଶେୟାର ୦.୭୭ ପ୍ରତିଶତ ଉପରକୁ ଉଠିଛି । ନିଫ୍‌ଟି-୫୦ରେ ପଞ୍ଜୀକୃତ ୧୫ଟି ଲେଖାଏଁ କମ୍ପାନୀ ମଧ୍ୟରୁ ୧୪ଟି ଶେୟାର ଭଲ ପ୍ରଦର୍ଶନ କରିଥିଲେ । ନିଫ୍‌ଟି ବ୍ୟାଙ୍କ ଓ ମେଟାଲ୍ ଶେୟାର ଯଥାକ୍ରମେ ୨.୨୦ ଓ ୨.୬୭ ପ୍ରତିଶତ ବଢିଥିଲା । ନିଫ୍‌ଟିରେ ଟାଟା ଷ୍ଟିଲର ଅଂଶଧନ ମୂଲ୍ୟ ସର୍ବାଧିକ ୫.୦୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଟାଟା ମୋଟର୍ସ, ଶ୍ରୀ ସିମେଣ୍ଟ ପ୍ରମୁଖ ନିବେଶକଙ୍କୁ ଲାଭ ଦେଇଛନ୍ତି । ବିଏସ୍‌ଇ ଲିଷ୍ଟେଡ୍ କମ୍ପାନୀ ଗୁଡିକ ମଧ୍ୟରେ ୧୭୭୦ଟି କମ୍ପାନୀର ଅଂଶଧନ ମୂଲ୍ୟ ବଢିଥିବା ବେଳେ ମାତ୍ର ୧୫୩୦ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking