27.1 C
Bhubaneswar
Friday, September 20, 2024
Homeଓଡିଶାଦାଦାବଟି ଆଦାୟ ଅଭିଯୋଗରେ ୩ ଗିରଫ

ଦାଦାବଟି ଆଦାୟ ଅଭିଯୋଗରେ ୩ ଗିରଫ

ପୁରୀ : ପୁରୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସାମାଜିକ କାର୍ଯ୍ୟକଳାପ । ତେବେ ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ପୁରୀ ଏସ୍‌ପି କେ. ବିଶାଲ ସିଂ ନିର୍ଦ୍ଦେଶ ଦେଇଥିଲେ । ଆଜି ନରେନ୍ଦ୍ରକୋଣ ଅଞ୍ଚଳରେ ୩ ଯୁବକ ଦାଦାବଟି ଆଦାୟ କରୁଥିବାର ସୂଚନା ମିଳିଥିଲା ଟାଉନ ଥାନାକୁ । ଖବର ମିଳିବ ସଙ୍ଗେ ସଙ୍ଗେ ଟାଉନ ଥାନା ଅଧିକାରୀ ଗୋକୁଳ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ୩ ଜଣ ଯୁବକ ହେଉଛନ୍ତି ରମିନ ପ୍ରସାଦ ସିଂ (୨୧), ବାସୁଦେବ ମହାପାତ୍ର (୨୦) ଓ ଦେବାଶିଷ ସ୍ୱାଇଁ (୨୨) । ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏଥି ସହ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଲୁହା ଛଡ଼, ଗୋଟିଏ କଟୁରୀ, ୩ଟି ମୋବାଇଲ ଫୋନ ଏବଂ ୧୨୦୦ ଟଙ୍କା ଜବର କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking