20.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶପୁଣି ଥରେ ଜୟପୁର ଏୟାରପୋର୍ଟକୁ ବୋମାରେ ଉଡାଇବାକୁ ଧମକ

ପୁଣି ଥରେ ଜୟପୁର ଏୟାରପୋର୍ଟକୁ ବୋମାରେ ଉଡାଇବାକୁ ଧମକ

ଜୟପୁର: ଜୟପୁର ବିମାନ ବନ୍ଦରକୁ ପୁଣି ଥରେ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଛି । ଶୁକ୍ରବାର ଇ-ମେଲ ଜରିଆରେ ଏହି ଧମକ ଦିଆଯିବା ପରେ ସିଆଇଏସଏଫ ଯବାନ ଆଲର୍ଟ ମୋଡକୁ ଆସିବା ସହ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୁରା ଏୟାରପୋର୍ଟରେ ଦୀର୍ଘ ୨ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ହେଲେ ବିମାନ ବନ୍ଦରରୁ ସେପରି କୌଣସି ବିସ୍ଫୋଟକ ମିଳିନଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଜୟପୁର ବିମାନ ବନ୍ଦରର ଅଫିସିଆଲ ମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ସୂଚନା ଦିଆଯାଇଥିଲା । ଦେଢ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଲାଗି ଥିଲା । ଏହା ପୂର୍ବରୁ ଡିସେମ୍ବର ୨୭ ତାରିଖରେ କେହି ଦୁର୍ବୃତ୍ତ ଏପରି ଧମକ ଦେଇଥିଲା । ଶୁକ୍ରବାର ଆସିଥିବା ଏହି ମେଲ ସମ୍ପର୍କରେ ପ୍ରାୟ ୧୦ ଘଣ୍ଟା ପରେ ସିଆଇଏସଏଫ ଅବଗତ ହୋଇଥିଲା ।

ଏହାପରେ ତୁରନ୍ତ ସେନା ଆଲର୍ଟ ମୋଡକୁ ଆସିଥିବା ବେଳେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ସୁରକ୍ଷା ଏଜେନ୍ସି ଜୟପୁର ଏୟାରପୋର୍ଟରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ବୋମା ନିଷ୍କ୍ରିୟକାରୀ ଟିମ ସହିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏୟାରପୋର୍ଟ ବିଲ୍ଡିଂ, ପାର୍କିଂ ସ୍ଥାନ ସମେତ କୋଣ ଅନୁକୋଣରେ ଯାଞ୍ଚ କରାଯାଇଥିଲା । ମାତ୍ର କୌଣସି ସ୍ଥାନରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇନଥିବା ଜଣାପଡ଼ିଛି । କେହି ଅଜଣା ବ୍ୟକ୍ତି ଜୟପୁର ଏୟାରପୋର୍ଟର ଅଫିସିଆଲ ଇ-ମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲା ।

ଏନେଇ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହାକୁ ଗମ୍ଭୀରତାର ସହ ନେଇ ପୋଲିସ ମଧ୍ୟ ତନାଘନା ଆରମ୍ଭ କରିଛି । ଦୁର୍ବୃତ୍ତକୁ ଧରିବା ଲାଗି ସାଇବର ପୋଲିସ ମଧ୍ୟ ସହାୟତା କରୁଛି । ଅନେକ ସମୟରେ ବଡ଼ ବଡ଼ ନେତାଙ୍କ ସମେତ ଶିକ୍ଷାନୁଷ୍ଠାନ, ବିମାନ ବନ୍ଦର, ବିମାନ ସେବା ଯୋଗାଉଥିବା ଏୟାରଲାଇନ୍ସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଥାଏ । କେହି ଦୁର୍ବୃତ୍ତ ବିନା କୌଣସି ମନ୍ଦ ଉଦ୍ଦେଶ୍ୟରେ ଏପରି କରୁଥିବା ମଧ୍ୟ ନଜିର ରହିଛି । ହେଲେ ଦୁର୍ବୃତ୍ତ ସମ୍ପର୍କରେ ପୋଲିସ ନିକଟରେ ସୂଚନା ପହଞ୍ଚିବା ପରେ ଆଇନ ଅନୁଯାୟୀ ଏଭଳି ବେଆଇନ କାର୍ଯ୍ୟ ଲାଗି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking