21.1 C
Bhubaneswar
Monday, February 2, 2026
Homeଓଡିଶାଯିଏ ରିସ୍କ ନେବନି, ଆଗକୁ ବଢିପାରିବନି: ମୋକିମ୍‌

ଯିଏ ରିସ୍କ ନେବନି, ଆଗକୁ ବଢିପାରିବନି: ମୋକିମ୍‌

ଭୁବନେଶ୍ୱର: ଯୁବ ସମାବେଶରେ ପ୍ରମୁଖ ବ୍ୟକ୍ତିଙ୍କ ଅନୁପସ୍ଥିତିକୁ ନେଇ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । ମୋକିମ କହିଛନ୍ତି ଯେ ଯିଏ ରିସ୍କ ନେବ ନାହିଁ ସିଏ ଆଗକୁ ବଢି ପାରିବନାହିଁ । ଆମେ କାହିଁକି ଅନ୍ୟକୁ ଫଲୋ କରିବା, ଗଣ୍ଡିରୁ ବାହାରି ଓଡିଶାକୁ ଆଗକୁ ନେବା । ସେଥିରେ ଯିଏ ସାମିଲ ହେବ ଆମେ ତାଙ୍କୁ ସ୍ୱାଗତ କରିବୁ । କଟକ ଯାହା ଚିନ୍ତା କରେ, ତାହା ପରବର୍ତ୍ତୀ ସମୟରେ ଓଡିଶାକୁ ବ୍ୟାପେ । ମୁଁ ଯାହା ନିଷ୍ପତ୍ତି ନିଏ କେବେ ଅଟକେ ନାହିଁ । ଅନ୍ୟପଟେ, ମୋକିମ୍‌ ଫାଉଣ୍ଡେସନ ଯୁବ ସମାବେଶରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୋଫିଆ ଫିର୍ଦ୍ଦୋସ । ସୋଫିଆ ବାପାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଛନ୍ତି କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି । ଦେଶକୁ ଗଢିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking