17.1 C
Bhubaneswar
Monday, November 25, 2024
Homeଅପରାଧନିଜ ପ୍ରେମିକକୁ ମରିବାକୁ ବାଧ୍ୟ କରିଥିଲା ଏହି ଯୁବତୀ ଜଣକ !

ନିଜ ପ୍ରେମିକକୁ ମରିବାକୁ ବାଧ୍ୟ କରିଥିଲା ଏହି ଯୁବତୀ ଜଣକ !

ନୂଆଦିଲ୍ଲୀ: ପ୍ରେମିକକୁ ବିଷ ପିଆଇଦେଲା ପ୍ରେମିକା । ମୃତ୍ୟୁ ହୋଇଛିକି ନାହିଁ ଜାଣିବା ପାଇଁ ପ୍ରେମିକ ପାଖକୁ ଫୋନ୍‌ କଲା । ଖାଲି ଫୋନ୍‌ କଲାନାହିଁ, ଯଦି ମୃତ୍ୟୁ ହାଇନାହିଁ ତେବେ ଦଉଡି ଦେଇଦେବାକୁ ଫୋନ୍‌ରେ କହିଲା ପ୍ରେମିକା । ପରେ ପରେ ଯୁବକ ଜଣକ ଗୁରୁତର ହେବା ସହ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ତଦନ୍ତ କରି ପ୍ରେମିକାଙ୍କ ସହ ତାଙ୍କ ପୂରା ପରିବାରକୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ । ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହାକୁ ଯୁବତୀଙ୍କ ପରିବାର ଲୋକ ଗ୍ରହଣ କରିନଥିଲେ । ଫଳରେ ପ୍ରେମିକା ଜଣଙ୍କୁ ଅନ୍ୟତ୍ର ବିବାହ କରିଦେଇଥିଲେ ତାଙ୍କ ପରିବାର । ହେଲେ ଯୁବତୀଙ୍କ ବିବାହ ପରେ ମଧ୍ୟ ପ୍ରେମିକ ତାଙ୍କୁ ଦେଖା କରୁଥିଲେ । ଯାହାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ଶେଷରେ ସିନ୍ଦୂର ପାଇଁ ବଳିପଡ଼ିଗଲା ହୃଦୟର ସମ୍ପର୍କ ପ୍ରେମ ।

ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ସୂଚନା ମୁତାବକ ନାରାୟଣ ନାଗରର ବାସିନ୍ଦା ପ୍ରେମିକା ଚିତ୍ରା ଏବଂ ହାଥରସର ବାସିନ୍ଦା ଅଙ୍କିତ କୁମାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ଚିତ୍ରାଙ୍କ ପରିବାର ଲୋକ ଏହି ସମ୍ପର୍କକୁ ପସନ୍ଦ କରୁନଥିଲେ । ସେ ଚିତ୍ରାଙ୍କୁ ଅନ୍ୟତ୍ର ବିବାହ କରାଇଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking