ଭୁବନେଶ୍ୱର : ଏଥର ଆସିବ ୩ ମାସିଆ କାମଚଳା ବଜେଟ୍ । ପଞ୍ଚାୟତ ନିର୍ବାଚନ ଥିବାର ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ ନାହିଁ । ଏ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଆସନ୍ତାକାଲି ବଜେଟ ଉପରେ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପଞ୍ଚାୟତ ପରେ ପୌର ନିର୍ବାଚନ ଥିବାରୁ ବିଚାର କରୁଛନ୍ତି ସରକାର । ତେବେ ନିର୍ବାଚନକୁ ନେଇ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ ନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ।
ନିୟମ ଅନୁଯାୟୀ ନିର୍ବାଚନ ଆଚରଣ ବିଧି ସମୟ ଭିତରେ କୌଣସି ବିଭାଗର ବଜେଟ୍ ପାରିତ ହୋଇପାରିବ ନାହିଁ। ଯଦି ଜରୁରୀ ଆବଶ୍ୟକ ପଡେ ତେବେ ସରକାର ‘ଭୋଟ ଅନ୍ ଆକାଉଣ୍ଟ’ ତଥା ତିନିମାସିଆ କାମଚଳା ବଜେଟ ଆଗତ କରିପାରିବେ। ନିର୍ବାଚନ ଆଚରଣ ଅବଧି ଫେବୃଆରୀ ୨୮ରେ ଶେଷ ହେବା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ବଜେଟ୍ ଅଧିବେଶନ ଆରମ୍ଭ ହେବ।