25.9 C
Bhubaneswar
Saturday, April 11, 2026
Homeଓଡିଶାଏଥର ପ୍ରଶ୍ନପତ୍ର ଯୋଗାଇବ ନାହିଁ ବୋର୍ଡ

ଏଥର ପ୍ରଶ୍ନପତ୍ର ଯୋଗାଇବ ନାହିଁ ବୋର୍ଡ

ଭୁବନେଶ୍ୱର : ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ । ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଲା ବୋର୍ଡ। ତେବେ ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ। ସ୍କୁଲ କର୍ତ୍ତୃପକ୍ଷ ନିଜସ୍ୱ ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ ବୋଲି ବୋର୍ଡ ସ୍ପଷ୍ଟ କରି ଦେଇଛି। ବୋର୍ଡ ସଂପାଦକ  ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା କରିବା ନେଇ କିଛି ଦ୍ୱନ୍ଦ୍ୱ ରହିଯାଇଥିବା ଜଣାପଡ଼ୁଛି। ଏହି ପରୀକ୍ଷା ପାଇଁ ଗତ ବର୍ଷ (୨୦୨୩-୨୪ ବର୍ଷ ପାଇଁ) ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା। କିନ୍ତୁ ଚଳିତ ବର୍ଷର ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପାଇଁ  ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଶ୍ନପତ୍ର ପଠାଇବ ନାହିଁ ବୋଲି ସ୍ପଷ୍ଟ କରି ଦେଉଛି। ସମସ୍ତ ସ୍କୁଲ ସେମାନଙ୍କର ନିଜର ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ ଅବା ଧାର୍ୟ୍ୟ ସମୟ ସୀମା ମଧ୍ୟରେ ପରୀକ୍ଷା କରିବା ପାଇଁ ଅଲଗା ବ୍ୟବସ୍ଥା କରିପାରିବେ। ସେଥିପାଇଁ ସେମାନେ ସ୍ୱାଧୀନ। ଏନେଇ ଆପଣମାନଙ୍କ ଅଧୀନରେ ଆସୁଥିବା ସମସ୍ତ ସ୍କୁଲକୁ ଅବଗତ କରାଇ ଦେବେ ଏବଂ ଏହି ପ୍ରସଙ୍ଗରେ କିଛି ଦ୍ୱନ୍ଦ୍ୱ ନରହିବା ଉଚିତ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking