19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶମଳରୁ ପ୍ରସ୍ତୁତ ହେଉଛି ଏହି ଜିନିଷ

ମଳରୁ ପ୍ରସ୍ତୁତ ହେଉଛି ଏହି ଜିନିଷ

ନୂଆଦିଲ୍ଲୀ: କେବଳ ଏକ ପେୟ ପଦାର୍ଥ ନୁହେଁ ବରଂ ଏକ ଅନୁଭୂତି । କଫିର ବାସନା ହିଁ ଅନେକ ଲୋକଙ୍କ ମନ ମୋହିଥାଏ । ବହୁ ଲୋକ କଫି ବାସନାର ଦିୱାନା । ଶୀତୁଆ ସକାଳ ହେଉ କିମ୍ବା ବର୍ଷା ଭିଜା ଦିନ କପେ କଫି ମନ ଆଉ ଶରୀରରେ କିଛି ଅଲଗା ପ୍ରକାରର ଫୁର୍ତ୍ତି ଆଣିଦିଏ । ଅନୁରୂପ ଭାବେ କର୍ମ କ୍ଲାନ୍ତ ଦିନର ଶେଷରେ ଟିକେ ଆରାମ ପାଇଁ ମଧ୍ୟ ମନ ଖୋଜୁଥାଏ ଗୋଟେ କପ୍ କଫି ।

କଫି ପିଇବା କାହା ପାଇଁ ସଉକ ହୋଇଯାଇଛି ତ କାହା ପାଇଁ ଅଭ୍ୟାସ । କେଉଁ ଆବହମାନ କାଳରୁ କଫିକୁ ନେଇ ମଣିଷ ଭିତରେ ରହିଛି ସ୍ବତନ୍ତ୍ର ଆକର୍ଷଣ ।କୋପି ଲୁବାକ କଫି ଦୁନିଆର ସବୁଠାରୁ ମହଙ୍ଗା କଫି ମଧ୍ୟରୁ ଗୋଟିଏ । ଏହା ସିଭିଟ ବିଲେଇଗୋବରରୁ ବାହାର କରାଯାଇଥାଏ । ଏଥିପାଇଁ ବିଲେଇକୁ କଫି ବିନ୍ସ ଖାଇବାକୁ ଦିଆଯାଏ । ସେ ଯେତେବେଳେ ଝାଡା କରେ ସେହି କଫି ଫାଇନ କଫି ହୋଇଥାଏ । ଏହି କଫି ପ୍ରଡକ୍ସନ ମୁଖ୍ୟତଃ ଇଣ୍ଡୋନେସିଆର ଜାଭା, ବାଲି ଏବଂ ସୁଲାୱେସି ଦ୍ୱୀପରେ ହୋଇଥାଏ ।

୧ ପାଉଣ୍ଡ କଫିର ମୂଲ୍ୟ ୭ ହଜାର ୩୬୦ ଟଙ୍କାରୁ ୪୪ ହଜାର ୧୫୭ ଟଙ୍କା ଯାଏଁ ଥାଏ । ଏହି କଫି ପିଇବା ଦ୍ୱାରା ଆମ ଶରୀରର ହଜମ ପ୍ରକ୍ରିୟା ଭଲ ରହିଥାଏ, ଯାହା ପେଟକୁ ସଫା ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏହା ଆମ ଶରୀରର ରକ୍ତକୁ ପରିଷ୍କାର କରିବାରେ ମଧ୍ୟ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking