18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସ୍ପର୍ମ ଦାନ କରି ୬୦୦ ପିଲାଙ୍କ ପିତା ହୋଇଛନ୍ତି ଏହି ବ୍ୟକ୍ତି

ସ୍ପର୍ମ ଦାନ କରି ୬୦୦ ପିଲାଙ୍କ ପିତା ହୋଇଛନ୍ତି ଏହି ବ୍ୟକ୍ତି

ନେଦରଲ୍ୟାଣ୍ଡ : ଅଧିକାଂଶ ଦେଶରେ ସ୍ପର୍ମ ଡୋନେସନ ଏକ ସାଧାରଣ କଥା । କିନ୍ତୁ ଏହି ବ୍ୟକ୍ତି ସ୍ପର୍ମ ଡୋନେଟ୍ କରିବାର ଯେଉଁ ରେକର୍ଡ କରିଛନ୍ତି, ତାହା ଖୁବ୍ ଆଶ୍ଚର୍ଯ୍ୟକର । ମାମଲା ଏତେ ବଡ଼ ବଢିଛି କି ନିଜେ କୋର୍ଟ ହସ୍ତକ୍ଷେପ କରିବାକୁ ପଡ଼ିଛି । ସ୍ପର୍ମ ଡୋନେସନ ଦ୍ୱାରା ସାରା ବିଶ୍ୱରେ ୫୫୦ରୁ ଅଧିକ ପିଲାଙ୍କର ପିତା ହେବାର ସନ୍ଦେହ ହୋଇଛି । ଯାହାକୁ ନେଇ ଜଣେ ଡଚ୍ ( ନେଦରଲ୍ୟାଣ୍ଡ) ବ୍ୟକ୍ତିଙ୍କୁ କୋର୍ଟ ସ୍ପର୍ମ ଡୋନେସନ ରୋକିବାକୁ ଆଦେଶ ଦେଇଛନ୍ତି । ଏମିତି କି ଯଦି ଏହି ବ୍ୟକ୍ତି ଆଉ ଥରେ ସ୍ପର୍ମ ଡୋନେଟ୍ କରୁଛନ୍ତି ତ ତାଙ୍କୁ କଡ଼ା ସଜା ମିଳିବ । ଉକ୍ତ ବ୍ୟକ୍ତିଙ୍କ ନାମ ଜୋନାଥନ । ତାଙ୍କର ବୟସ ୪୧ ବର୍ଷ ।

ନେଦରଲ୍ୟାଣ୍ଡର ଏକ କୋର୍ଟ କହିଛନ୍ତି, ଏହି ବ୍ୟକ୍ତିଙ୍କ ଉପରେ ଆଉ ଥରେ ସ୍ପର୍ମ ଡୋନେଟ୍ କରିବାକୁ ଚେଷ୍ଟା କରିବା ନେଇ ୧୦୦,୦୦୦ ୟୁରୋ ( ୯୦ ଲକ୍ଷ ଟଙ୍କା) ରୁ ଅଧିକ ଜୋରିମନା ଲଗାଯାଇ ପାରେ । ଜୋନାଥନଙ୍କ ଉପରେ ୨୦୧୭ରେ ମଧ୍ୟ ବ୍ୟାନ୍ ଲାଗି ସାରିଛି । ଯେବେ ଜଣାପଡ଼ିଥିଲା , ବ୍ୟକ୍ତି ଜଣଙ୍କ ୧୦୦ରୁ ଅଧିକ ପିଲାଙ୍କ ପିତା ହୋଇ ସାରିଛନ୍ତି , ସେତେବେଳେ ୨୦୧୭ ମସିହାରେ ନେଦରଲ୍ୟାଣ୍ଡରେ ଫର୍ଟିଲିଟି କ୍ଲିନିକ୍କୁ ସ୍ପର୍ମ ଦାନ କରିବାରେ ବ୍ୟାନ କରାଯାଇ ଥିଲା । କିନ୍ତୁ ଏହା ପରେ ବି ସେ ରହି ନଥିଲେ , ବିଦେଶରେ ଓ ଅନଲାଇନ୍ରେ ସ୍ପର୍ମ ଡୋନେଟ୍ କରିବା ଜାରି ରଖିଥିଲେ।

ହେଗ୍ର ଏକ କୋର୍ଟ ଜୋନାଥନଙ୍କୁ ଏହି ସବୁ କ୍ଲିନିକ୍ର ଏକ ତାଲିକା ପ୍ରଦାନ କରିବାକୁ କହିଛି , ଯାହାର ସେ ସ୍ପର୍ମ ଦାନ କରିବାକୁ ବ୍ୟବହାର କରିଥିଲେ । ଏହାସହ କୋର୍ଟ ଏହି ସବୁ କ୍ଲିନିକ୍କୁ ଜୋନାଥନ ଦାନ କରିଥିବା ସ୍ପର୍ମକୁ ନଷ୍ଟ କରିବାକୁ ବି ଆଦେଶ ଦେଇଛନ୍ତି । କୁହାଯାଏ କି ଏହି ବ୍ୟକ୍ତି ଶହ ଶହ ମହିଳାଙ୍କୁ ବି ବିଭ୍ରାନ୍ତ କରିଥିଲେ । ସ୍ପର୍ମ ଡୋନେଟ୍ କରିବାକୁ ନେଇ ନେଦରଲ୍ୟାଣ୍ଡରେ କିଛି ବିଶେଷ ଗାଇଡଲାଇନ୍ ଅଛି । ଡଚ୍ କ୍ଲିନିକଲ ଗାଇଡଲାଇନ୍ସରେ କୁହାଯାଇଛି କି ଜଣେ ସ୍ପର୍ମ ଦାତାଙ୍କୁ ୧୨ ପରିବାରରେ ୨୫ରୁ ଅଧିକ ପିଲାଙ୍କ ପିତା ହେବା ଉଚିତ ନୁହେଁ । କିନ୍ତୁ ବିଚାରପତିମାନେ କହିଛନ୍ତି କି ବ୍ୟକ୍ତି ୨୦୦୭ରେ ଶୁକ୍ରାଣୁ ଦାନ କରିବା ଆରମ୍ଭ କରିବା ପରେ ୫୫୦ରୁ ୬୦୦ ପିଲା ଜନ୍ମ କରିବାରେ ସାହାଯ୍ୟ କରିଥିଲେ । କୋର୍ଟ କହିଛନ୍ତି କି ଏହା ପିଲାଙ୍କ ପାଇଁ ନକରାତ୍ମକ ମନସ୍ତାତ୍ତ୍ୱିକ ପରିଣାମ ହୋଇପାରେ । କୋର୍ଟଙ୍କୁ ଆଉ ଏକ ଭୟ ଘାରିଛି । ସ୍ପର୍ମ ଦାତାଙ୍କୁ କୋର୍ଟ କହିଛନ୍ତି, ସେ ନିଜର ସେବାର ସଂଖ୍ୟାକୁ ସୀମିତ କରନ୍ତୁ । କାରଣ ଭାଇ-ଭଉଣୀ ବି ଅଜଣାତରେ ଏକ ଦମ୍ପତି ମଧ୍ୟ ହୋଇ ପାରନ୍ତି ଏବଂ ଏକାଠି ପିଲା ବି ଜନ୍ମ କରି ପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking