26.6 C
Bhubaneswar
Wednesday, April 15, 2026
Homeଓଡିଶାଇଣ୍ଡିଆ ଥ୍ରିଲସ ନାଁରେ ଏତଲା

ଇଣ୍ଡିଆ ଥ୍ରିଲସ ନାଁରେ ଏତଲା

ପୁରୀ: ଇଣ୍ଡିଆ ଥ୍ରିଲସ ୱେବସାଇଟ୍ ନାଁରେ ସାଇବର ଥାନାହରେ ଫେରାଦ । ପୁରୀ ସାଇବର ଥାନାରେ ଫେରାଦ ଦେଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସନ । ୱେବସାଇଟ ଜରିଆରେ ଭକ୍ତଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପୂରା ମାଗଣା ରହିଥିଲା ବେଳେ କିପରି ଟଙ୍କା କଥା ଦର୍ଶାଇଲେ । ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଦର୍ଶାଇଲେ । ସୂଚନାଯୋଗ୍ୟ, ଇଣ୍ଡିଆ ଥ୍ରିଲସ ୱେବସାଇଟ୍ ବିଭିନ୍ନ ବର୍ଗର ଦେୟଯୁକ୍ତ ଦର୍ଶନ ନେଇ ତଥ୍ୟ ରହିଛି। ଜଗନ୍ନାଥ ଦର୍ଶନ ପାଇଁ ୫୦, ୧୦୦, ୫୦୦ ଟଙ୍କା ରେଟ୍‌ ଚାର୍ଟ ରଖାଯାଇଛି। ସ୍ବତନ୍ତ୍ର ଦର୍ଶନ ପାଇଁ ୫୦ ଟଙ୍କା ରଖିଥିବା ବେଳେ ଶୀଘ୍ର ଦର୍ଶନ ପାଇଁ ୧୦୦ ଟଙ୍କା ଏବଂ ଭିଆଇପି ଦର୍ଶନ ପାଇଁ ୫୦୦ ଟଙ୍କା ଉଲ୍ଲେଖ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking