18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ହେଜ୍‌ଲ

କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ହେଜ୍‌ଲ

ନୂଆଦିଲ୍ଲୀ: କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ବଲିଉଡ଼ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜ୍‌ଲ । ଏପରି କାର୍ୟ୍ୟ ଦେଖି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି ହେଜଲ । ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରି ହେଜଲ୍ ଚର୍ଚ୍ଚାକୁ ଆସିଥିଲେ । ଗତ ଅଗଷ୍ଟ ମାସରେ ସେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି । ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାର ନାଁ ରଖିଛନ୍ତି ଆରୁ । ଦୁଇ ସନ୍ତାନର ମା’ ହେଜଲ ନିକଟରେ ଏପରି କିଛି କରି ଦେଖାଇଛନ୍ତି, ଯାହା ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।
ହେଜଲ ଇନଷ୍ଟାଗ୍ରାମରେ ତାଙ୍କର ନୂଆ ହେୟାର ଷ୍ଟାଇଲର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ସେୟାର କରି ସେ କହିଛନ୍ତି ଯେ, ସାଧାରଣତଃ ପ୍ରସବ ପରେ କେଶ ଝଡ଼ିବା ଆରମ୍ଭ କରେ । ଅତ୍ୟଧିକ କେଶ ଝଡ଼ିବା କାରଣରୁ ମୁଁ କେଶ କାଟିଛିି । ତେଣୁ ଅଯଥାରେ କେଶ ଝଡ଼ିବ କାହିଁକି ମୁଁ ମୋର କେଶ କାଟି କର୍କଟ ପୀଡ଼ିତଙ୍କ ପାଇଁ ଦାନ କରିବି ବୋଲି ନିଷ୍ପତ୍ତି ନେଲିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking