30.1 C
Bhubaneswar
Monday, September 23, 2024
Homeଦେଶ ବିଦେଶ୩୦ ବର୍ଷ ଅପେକ୍ଷାର ହେଲା ଅନ୍ତ; ପ୍ରଭୁରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭଙ୍ଗ କଲେ...

୩୦ ବର୍ଷ ଅପେକ୍ଷାର ହେଲା ଅନ୍ତ; ପ୍ରଭୁରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭଙ୍ଗ କଲେ ମୌନବ୍ରତ

ଅଯୋଧ୍ୟା: ମହାପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ପାଇଁ ଅନେକ ଭକ୍ତ ଶରୀର, ମନ ଓ ଧନରେ ନିଜକୁ ପରୋକ୍ଷ ଭାବେ ନିୟୋଜିତ କରିଛନ୍ତି । ତବେ ଝାଡଖଣ୍ଡର ୮୫ ବର୍ଷୀୟା ସରସ୍ୱତୀ ଦେବୀ ରାମ ମନ୍ଦିର ନ ହେବା ପର୍ଯ୍ୟନ୍ତ ମୌନବ୍ରତ ରଖିଥିଲେ । ଦିନେ ଅଧେ ନୁହେଁ ତାଙ୍କୁ ଏଥିପାଇଁ ୩୦ ବର୍ଷ ଅପେକ୍ଷା କରିବାକୁ ପଡିଲା । ଆଉ ଯେତେବେଳେ ସେ ବେଳା ଆସିଲା..ସେତେବେଳେ ଲୋତକଭରା ଚକ୍ଷୁ ଓ କୋହଭରା କଣ୍ଠରେ ସେ ଗାଇ ଉଠିଥିଲେ ସୀତାରାମ..ସୀତାରାମ ରାମଲାଲ କୋ ଗୋଦ ମେଁ ଖିଲାଏ ମେରୀ କୌଶଲ୍ୟା ମୟା କି ଜୟ ହୋ । ୬ ଡିସେମ୍ବର ୧୯୯୨ରେ ବିବାଦୀୟ ଢ଼ାଂଚା ଭାଙ୍ଗିବା ପରେ ସରସ୍ୱତୀ ଦେବୀ ମୌନ ଧାରଣ କରିଥିଲେ । ଆଜି ଏହାକୁ ଭଙ୍ଗ କରିବା ପରେ ତାଙ୍କ ୬୦ ବର୍ଷୀୟ ପୁତ୍ର ହରିରାମ ଅଗ୍ରୱାଲ ଭାବପ୍ରବଣ ହୋଇପଡିଥିଲେ । ସରସ୍ୱତୀ ଘରେ ତାଙ୍କର ଯାହା ଆବଶ୍ୟକତା ଥିଲା ତାହା ସେ ଲେଖି କରି ଜଣାଉଥିଲେ । ସେ ଅଧିକାଂଶ ସମୟ ତୀର୍ଥ ସ୍ଥାନ ଭ୍ରମଣ କରି କାଟିଥାନ୍ତି । ମାଆଙ୍କ ପାଟିରୁ ସୀତରାମ ଧୂନ ବେଶ ମଧୂର ଥିଲା ବୋଲି ହରିରାମ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking