27.1 C
Bhubaneswar
Sunday, November 24, 2024
Homeଓଡିଶା୧୩ ଦିନ ପରେ ବାହାରିଲା ନୀଳାଚଳ ଅବଢ଼ା

୧୩ ଦିନ ପରେ ବାହାରିଲା ନୀଳାଚଳ ଅବଢ଼ା

ପୁରୀ : ବାହାରିଲା ନୀଳାଚଳ ଅବଢ଼ା । ଦୀର୍ଘ ୧୩ ଦିନ ପରେ ନୀଳାଚଳ ଅବଢ଼ା ପାଇବାକୁ ଭକ୍ତଙ୍କ ଭିଡ ଲାଗିଥିଲା ଶ୍ରୀମନ୍ଦିରରେ । ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଅବଢ଼ା ଯୋଗାଇବାକୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା । ରଥଯାତ୍ରାରେ ମହାପ୍ରଭୁ ଯିବା ପରେ ରଥ ଉପରେ ଶୁଖିଲା ଭୋଗ ଓ ଫଳମୂଳ ଅର୍ପଣ କରାଯାଇଥିଲା । ୧୩ ଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାର ଖାଁ ଖାଁ ପଡ଼ିବା ପରେ ଆଜି ଠାରୁ ଶ୍ରୀମନ୍ଦିର ମହାପ୍ରସାଦ ମିଳିଛି । ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ । କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୁଢ଼ ଥିବାରୁ ଭକ୍ତ ମାନେ ଅବଢ଼ାରୁ ବଞ୍ଚିତ ଥିଲେ । ମଙ୍ଗଳବାର ନୀଳଦ୍ରି ବିଜେ ପରେ ଭକ୍ତ ମାନେ ଆଜି ଠାରୁ ଶ୍ରୀମନ୍ଦିରରେ ଅବଢ଼ା ପାଇବାର ସୁଯୋଗ ପାଇଥିଲେ ।

ଏଥିପାଇଁ ରୋଷଘର ବି ପ୍ରସ୍ତୁତ ହୋଇଥିଲା । ଯେହେତୁ ଏତେଦିନ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା ଏଥିପାଇଁ ଆଜି ଅଭଡ଼ା ମିଳିବାରେ ବିଳମ୍ବ ଘଟିଥିଲା । ନୀଳାଚଳ ଅବଢ଼ାରେ ଭକ୍ତଙ୍କ ଆଗ୍ରହ ଥିବାବେଳେ ପ୍ରତ୍ୟେକ ବର୍ଷ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଏ । ତେବେ ଆଜି ସନ୍ଧ୍ୟାରେ କିନ୍ତୁ ଏହା ବାହାରିଥିଲା । ନୀଳାଚଳ ଅବଢ଼ାର ମହାତ୍ମ୍ୟ ଅଲଗା । ମହାପ୍ରଭୁ ୧୩ ଦିନ ପରେ ନୀଳାଦ୍ରି ବିଜେ କରିଥିବାରୁ ମହାପ୍ରଭୁଙ୍କ ପାଇଁ ଆଜି ଛପନ ପଉଟି ଭୋଗ ପ୍ରସ୍ତୁତ ହୋଇଥିଲା । ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହୋଇଥିଲା । ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ପଉଟି ଭୋଗ ଲାଗି ହୋଇଥାଏ, ତାକୁ ନୀଳାଚଳ ଅବଢ଼ା କୁହନ୍ତି । ମା’ ମହାଲକ୍ଷ୍ମୀଙ୍କ ହାତରନ୍ଧା ପ୍ରସାଦ ରୋଷ ଘରୁ ଆସି ରତ୍ନ ସଂହାସନ ନିକଟରେ ଭୋଗ ଲାଗି ହୋଇଥିଲା । ଏହି ଭୋଗ ଲାଗି ହେବା ପରେ ଭକ୍ତଙ୍କ ପାଇଁ ଏହା ଉପଲବ୍ଧ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking