24.1 C
Bhubaneswar
Sunday, October 20, 2024
Homeଓଡିଶାଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଅଳଙ୍କାର ଲୁଟ

ଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଅଳଙ୍କାର ଲୁଟ

ସିମୁଳିଆ : ଦୁର୍ବୃତ୍ତ ମାନେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟ କରିଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଣା ଗ୍ରାମରେ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଣା ଗ୍ରାମର ଜ୍ଞାନଜିତ ମହାପାତ୍ର ଘରେ ଖାଇ ପିଇ ଶୋଇଯିବା ପରେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସିଡ଼ି ମାଧ୍ୟମରେ ଛାତ ଉପର ଦେଇ କବାଟ ତାଲା ଭାଙ୍ଗି ଘରେ ପଶିଥିଲେ । ଜ୍ଞାନଜିତଙ୍କ ମାଆ ଓ ଝିଅ ଶୋଇଥିବା ସ୍ଥାନରେ ଝିଅର ବେକରେ କଟୁରୀ ଲଗାଇ ଜ୍ଞାନଜିତକୁ ଗଡ଼ରେଜ ଚାବି ମାଗିଥିଲେ। ଭୟରେ ଚାବିଦେବା ପରେ ଦୁର୍ବୃତ୍ତମାନେ ଗଡ଼ରେଜ ଖୋଲି ସେଥିରୁ ନଗଦ ୨୦ହଜାର ଟଙ୍କା ଓ ସୁନା ଅଳଙ୍କାର ନେଇ ଯାଇଥିଲେ।

ଅନ୍ୟ ଜଣେ ବନ୍ଧୁକ ଦେଖାଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଯିବା ସମୟରେ ଜ୍ଞାନଜିତ ଓ ତାଙ୍କ ସ୍ତ୍ରୀଙ୍କୁ ଶାଢ଼ୀରେ ବାନ୍ଧି ବାହାର ପଟୁ କବାଟ ଦେଇ ପଳାଇ ଯାଇଥିଲେ। ଏଥି ସହିତ ସେହି ଗ୍ରାମର ଧନେଶ୍ୱର କୁଣ୍ଡ ଘରେ ନ ଥିବା ସମୟରେ କବାଟ ତାଲା ଭାଙ୍ଗି ଗଡ଼ରେଜରୁ ସୁନା ଗହଣା ଓ ଟଙ୍କା ଚୋରୀ କରି ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking