ନୂଆଦିଲ୍ଲୀ: ଦେହ ଅପେକ୍ଷା ପ୍ରାୟତ ଅନେକ ନିଜର ମୁହଁର ଅଧିକ ଯତ୍ନ ନେଇଥାନ୍ତି। କାରଣ ସମସ୍ତଙ୍କ ଆଗରେ ସୁନ୍ଦର ଦେଖା ଯିବା ପାଇଁ ଆମେ ମୁହଁରେ ଫେସ୍ କ୍ରିମ୍ ଠାରୁ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଉ। ହେଲେ ମୁହଁ ବିଷୟରେ ଏକ ବାସ୍ତବିକ ସତ୍ୟତା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାହା ହେଲା ମଣିଷର ମୁହଁରେ ରହିଛି ଅନେକ ପୋକ। ହଁ ଏକଥା ସତ। କୁକୁର ଓ ଗାଈର ଶରୀରରେ ଆମେ ଅନେକ ପ୍ରକାର ପୋକ ଦେଖିଛୁ, ଠିକ୍ ସେଭଳି ମଣିଷର ଏହି ସୁନ୍ଦର ମୁହଁରେ ମଧ୍ୟ ପୋକ ଥାଏ। ଗୋଟିଏ କିମ୍ବା ଦୁଇଟି ନୁହେଁ ହଜାର ହଜାର ପୋକ ରହିଛି। ଏକଥା ଶୁଣିବା ପରେ ନିହାତି ଲୋମ ଟାଙ୍କୁରି ଉଠିଥିବ। ଏଭଳି ତଥ୍ୟ ପ୍ରଦାନ କରିଛନ୍ତି, ଜଣେ ଭାଇରୋଲୋଜିଷ୍ଟ।
ଆମେରିକାର କୃଷି ବିଭାଗର ବୈଜ୍ଞାନିକ ରୋନ୍ ଅକୋ କହିଛନ୍ତି, ୯୯.୯ ପ୍ରତିଶତ ଲୋକଙ୍କ ମୁହଁରେ ଏହି ପୋକ ରହିଥାଏ। ଯଦି କୌଣସି ଲୋକଙ୍କର କେଶ ଝଡିବାର ସମସ୍ୟା ରହିଛି ସେମାନେ ଚିନ୍ତିତ ହୋଇଯାଆନ୍ତି। ତେବେ ଜାଣନ୍ତି କି ପୋକ ନା କେବଳ ମୁହଁରେ ଥାଏ ବଂର ମୁହଁରେ ମଧ୍ୟ ଥାଏ। ଏହି ପୋକ କେଶ ମୂଳରେ ରହିଥାଏ।
ଏମଜିଏମ୍ ହସ୍ପିଟାଲର ପୂର୍ବତନ ଭାଇରୋଲୋଜିଷ୍ଟ ଡକ୍ଟର ଏମକେ ଅଖୌରିଙ୍କ କହିବା ଅନୁସାରେ, ପଶୁଙ୍କ ଭଳି ଆମ ମୁହଁରେ (oraganisms living on our face) ଅନେକ ପୋକ ରହିଛନ୍ତି, ସେମାନେ ଆମର ଶରୀରକୁ ନିଜର ଘର ବୋଲି ଭାବନ୍ତି। ମୁଣ୍ଡରେ ତ ଉଙ୍କୁଣି ଦେଖିଥିବେ, ଯାହାକି ମୁଣ୍ଡରୁ ରକ୍ତ ଶୋଷିଥାଏ। ଠିକ୍ ସେଭଳି ଆମର ଶରୀର ଓ ମୁହଁରେ ହଜାର ହଜାର ଅନେକ ଛୋଟ ଛୋଟ ପୋକ ରହିଥାନ୍ତି, ଯାହାକି ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ। ଏହାକୁ ମାଇକ୍ରୋସ୍କୋପରେ ଦେଖି ହେବ।
ବୈଜ୍ଞାନିକଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତିର ଶରୀରରେ ଲକ୍ଷାଧିକ ପୋକ ରହିଥାଏ। ଦିନରେ ପୋକଗୁଡିକ କେଶର ମୂଳରେ ରୁହନ୍ତି ଓ ପ୍ରାକୃତିକ ରୂପରେ ବାହାରୁଥିବା ତେଲକୁ ଖାଇଥାନ୍ତି, ଯାହାକି ଆମ ଶରୀରର ଗ୍ଲାଣ୍ଡରୁ ବାହାରିଥାଏ। ରାତିରେ ଏହା ମୂଳରୁ ବାହାରିଥାଏ ଓ ମୁହଁରେ ଅନ୍ୟ ପୋକ ସହିତ ପ୍ରଜନନ କରିଥାଏ। ମୁହଁର କେଶ ମୂଳରେ ବହୁ ପ୍ରକାର ପୋକ ରହିଥାଏ। ଏକ ରିପୋର୍ଟ ଅନୁସାରେ, ଏହି ପୋକ ବିଷୟରେ ୧୮୪୨ ରେ ଜଣାପଡିଥିଲା ଯେ,ଯଦି emodex folliculorum ଓ demodex brevis ନାମର ଏହି ପୋକ ବିଷୟରେ ଏବେ ବି ବୈଜ୍ଞାନିକମାନେ ଅଧିକ ଜାଣି ନାହାନ୍ତି। ବୈଜ୍ଞାନିକଙ୍କ ଦାବି ଅନୁସାରେ ପୁରା ଶରୀରରେ କୋଟି କୋଟି ପୋକ ରହିଥାଏ, ଯଦିଓ ଏ ବିଷୟରେ ଏବେ ପୁରା ସୂଚନା ନାହିଁ। ଏହା ଶରୀରର ସବୁ ଅଙ୍ଗରେ ଥାଏ।