ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଶୀତର ପ୍ରକୋପ କମିବାରେ ଲାଗିଛି । ପାଣିପାଗ ବିଭାଗ ଅନେକ ଜିଲ୍ଲାରେ କୁହୁଡି ଏବଂ ଥଣ୍ଡା ବୃଦ୍ଧି ପାଇଁ ସତର୍କତା ଜାରି କରିଛି । ତରାଇ ଅଞ୍ଚଳରେ ଘନ କୁହୁଡି ପାଇଁ ଲୋକେ ଅସୁବିଧା ଭୋଗୁଛନ୍ତି । ବିଶ୍ଷକରି ପୂର୍ବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ସକାଳେ ହାଲୁକାରୁ ମଧ୍ୟମ କୁହୁଡି ରହିବ । ଗୁରୁବାର ସକାଳେ ଏବଂ ସନ୍ଧ୍ୟାରେ ବହରାଇଚ, କୁଶିନଗର, ଗୋରଖପୁର ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଉତ୍ତର- ପଶ୍ଚିମ ପବନ ପୁଣିଥରେ ଶକ୍ତିଶାଳୀ ହୋଇଛି । ଯାହାଫଳରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । ଆଗାମୀ ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇପାରେ ।










