ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ଅମାନବୀୟ ଆଚରଣକୁ ନେଇ ସତ୍ୟାଗ୍ରହ କରିବ ବିଜେପି ।ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେପି । ରାଜନୈତିକ ହିଂସା କୁ ନେଇ ରାଜ୍ୟ ସରକାରଙ୍କ ବିଜେପିର କଡ଼ା ସମାଲୋଚନା । ମିଛ ନିଲମ୍ୱନ ଏବଂ ସତ ଆକ୍ରମଣ ବୋଲି କହିଲେ ଗୋଲକ ମହାପାତ୍ର। ଯେଉଁଭଳି ଭାବରେ ଚିଲିକା ବିଧାୟକ ୨୨ ଜଣ ଲୋକଙ୍କ ଉପରେ ଗାଡି ଚଢ଼ାଇ ଦେଇଛନ୍ତି, ସେଥିରେ ପୋଲିସ ଅଫିସର ମଧ୍ୟ ଅଛନ୍ତି, ଏହାସହ ସରକାରୀ ଅଫିସର ମଧ୍ୟ ଅଛନ୍ତି, ସାଧାରଣ ଲୋକ ଅଛନ୍ତି, ଏବଂ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ଅଛନ୍ତି।
ଏହାକୁ ବିରୋଧ କରି ସମଗ୍ର ରାଜ୍ୟରେ ହେବ ଏହି ସତ୍ୟାଗ୍ରହ । ସମସ୍ତ ସହରାଞ୍ଚଳ ଏବଂ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ମୁହଁରେ କଳାପଟି ବାନ୍ଧି ଏହି ସତ୍ୟାଗ୍ରହ କରାଯିବ ।ଫ୍ରାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ଏହାର ବିଚାର କରି ତୁରନ୍ତ ଦୋଷୀକୁ କଡା ଦଣ୍ଡ ଦେବାକୁ ଦାବି କରିବ ଦଳ । ବାଣପୁରରେ ବିଜେପି ଜିତିଲା ତେଣୁ ଯୋଜନା ବଦ୍ଧ ଭାବେ ଏହି ଘଟଣା ଭିଆଯାଇଛି ବୋଲି ଆଭିଯୋଗ ଆଣିଛି ବିଜେପି ।