18.1 C
Bhubaneswar
Monday, November 25, 2024
Homeଓଡିଶାରାଜ୍ୟରେ ବଢିବ ତାତି

ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର : ସାରା ରାଜ୍ୟରେ ବଢିବ ତାତିର ପ୍ରକୋପ । ଆହୁରି ଉପରମୁହାଁ ହେବ ପାରଦ । ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ଆଂଚଳିର ପାଣିପାଗ କେନ୍ଦ୍ର । ୩ ରୁ ୪ ଦିନ ପରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଉପକୁ ଉଠିପାରେ ପାରଦ ।ଫଳରେ ତାତି ପ୍ରବଳ ହେବ । ଏମିତିକି ଖରାରେ ଲୋକମାନେ ଆଉଟୁପାଉଟୁ ହେବେ । ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ପରବର୍ତନ ହେବନି । ତେବେ ୩,୪ ଦିନ ପରେ ପାଣିପାଗ ପରିବର୍ତ୍ତନ ହେବ ବୋଲି ସୂଚାଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ହେଲେ ୧୧ ତାରିଖ ପରଠାରୁ ଏଥିରେ ପରିବର୍ତ୍ତନ ହେବ । ସେହପରି ଗତ ୨୪ ଘଣ୍ଟା ମଧ୍ୟରେ ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking