ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ । ଏହି ଅଭୟାରଣ୍ୟ ପାଇଁ ଆସିଛି ଖୁସି ଖବର । ଶିମିଳିପାଳରେ ହେବ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ । କଳା ବାଘ ସଫାରୀ ହେବା ନେଇ ସୋଶାଲ୍ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୂରଦୂରାନ୍ତରୁ ଅସୁଥିଲା ପର୍ଯ୍ୟଟକମାନେ ସଫାରୀରେ କଳା ବାଘକୁ ଦେଖିପାରିବେ । କଳା ବାଘ ସଫାରୀ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, କଳାବାଘ ସଫାରୀ ଲାଗି ଘଞଉଇ ଅନୁମତି ଦେଇଛି । ଅଭୟାରଣ୍ୟଠାରୁ ୧୫ କିମି ଦୂରରେ ୨୦୦ ହେକ୍ଟର ଜମିରେ ହେବ । ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ହେବ ବାଘ ରହଣି ସ୍ଥଳ । ବାକି ୧୦୦ ହେକ୍ଟରରେ ପାର୍କିଂ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ । ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ଓ ଧଳା ବାଘ ରହିବେ । ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ପିସିସିଏଫ୍ କହିଛନ୍ତି । National Tiger Conservation Authority(ଏନ୍ଟିସିଏ)ର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍ ୧୮ଟି ମହାବଳ ବାଘ ଅଛନ୍ତି । ସେଥିରୁ ୯ଟି କଳା ବାଘ ରହିଛନ୍ତି । ବାଘମାନେ ସୁସ୍ଥ ଓ ନିର୍ଭୟରେ ଘୂରି ବୁଲୁଛନ୍ତି । ଏହି ରିପୋର୍ଟ ଆସିବା ପରେ ପରିବେଶବିତ୍ଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା ।