28.1 C
Bhubaneswar
Sunday, March 30, 2025
Homeଓଡିଶାପିଇବାକୁ ପାଣି ନାହିଁ କି ଖାଇବାକୁ ଖାଦ୍ୟ ନାହିଁ, ଶୌଚାଳୟ ମଧ୍ୟ ବନ୍ଦ କରିଦେଲେ

ପିଇବାକୁ ପାଣି ନାହିଁ କି ଖାଇବାକୁ ଖାଦ୍ୟ ନାହିଁ, ଶୌଚାଳୟ ମଧ୍ୟ ବନ୍ଦ କରିଦେଲେ

ଭୁବନେଶ୍ବର: ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ଗତକାଲି ବିଳମ୍ବିତ ରାତିରେ ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ବାହାର କରିଦିଆଯାଇଥିଲା । ଏହାପରେ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନ ଆଗରେ ରାଜରାସ୍ତାରେ ଧାରଣା ଦେଇଛନ୍ତି । ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା।

୪୦ରୁ ୫୦ ପୋଲିସ କର୍ମୀ ଲହୁଲୁହାଣ କରି ମାଡ ମାରିଥିବା ଅଭିଯୋଗ। ଧାରଣାସ୍ଥଳରେ ଉପସ୍ଥିତ ଅଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ। ସେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେପିର ମୁଖା ଖୋଲିଯାଇଛି। କଂଗ୍ରେସ ବିଧାୟକଙ୍କ ପ୍ରତି ହୋଇଛି ଅମାନବୀୟ ଆଚରଣ ବୋଲି ସେ କହିଛନ୍ତି । ବିନା ଖାଦ୍ୟ ଓ ପାନୀୟରେ କଂଗ୍ରେସ ବିଧାୟକମାନେ ବିଧାନସଭାରେ ରାତି ସାରା ଧାରଣା ଦେଇଥିଲେ । ନଖାଇ, ନପିଇ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିଲେ । ଜୋରଜବରସ୍ତି ଭାବେ ଟଏଲେଟ ବନ୍ଦ କରିଦିଆଯାଇଥିଲା । ଖାଇବାକ ମନା କରାଯିବା ସହ ଗେଟରେ ମଧ୍ୟ କାହାକୁ ଛଡ଼ା ଯାଇନଥିଲା । ସରକାରୀ ଦଳର ଏଭଳି ଆଚରଣକୁ ବହୁ କଂଗ୍ରେସ ନେତା ନିନ୍ଦା କରିବା ସହ ସରକାରଙ୍କ ଉପରେ ବର୍ଷିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking