20.1 C
Bhubaneswar
Thursday, December 5, 2024
Homeଓଡିଶାଝାରସୁଗୁଡାରେ ପ୍ଲାନେଟୋରିୟମ ନିର୍ମାଣର ପ୍ରସ୍ତାବ ନାହିଁ

ଝାରସୁଗୁଡାରେ ପ୍ଲାନେଟୋରିୟମ ନିର୍ମାଣର ପ୍ରସ୍ତାବ ନାହିଁ

ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାରେ ଏକ ପ୍ଲାନେଟୋରିୟମ ପ୍ରତିଷ୍ଠା କରିବାପାଇଁ ସରକାରଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରସ୍ତାବ ନାହିଁ । ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ମୋଟ୍‍ ୩ଟି ପ୍ଲାନେଟୋରିୟମ ଯଥା ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ, ବୁର୍ଲାର ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମ ଏବଂ ଘଟଗାଁରେ କେନ୍ଦୁଝର ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ରହିଛି । ପ୍ରସ୍ତାବଅନୁଯାୟୀ ୨ଟି ଜିଲ୍ଳା ଯଥା ମୟୁରଭଞ୍ଜ, ରାୟଗଡାରେ ପ୍ଲାନେଟୋରିୟମ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି । ଆଉ ତିନି ଜିଲ୍ଲା ଯଥା ଗଞ୍ଜାମ, ବଲାଙ୍ଗିର ଓ ସୁନ୍ଦରଗଡ ଠାରେ ପ୍ଲାନେଟୋରିୟମ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହାଛଡା ପରୀର ଜିଲ୍ଲାରେ ଏକ ପ୍ଲାନେଟୋରିୟମ ର୍ନିମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଛି । ତେବେ ଝାରସୁଗୁଡା ଜିଲ୍ଲାରେ ପ୍ଲାନେଟୋରିୟମ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking