32.1 C
Bhubaneswar
Tuesday, October 22, 2024
Homeଓଡିଶାବିଧାନସଭାରେ ନୀତି ନିୟମ ନାହିଁ: ନରସିଂହ

ବିଧାନସଭାରେ ନୀତି ନିୟମ ନାହିଁ: ନରସିଂହ

ଭୁବନେଶ୍ୱର: ଦେଶରେ ବର୍ତ୍ତମାନ ଗଣତନ୍ତ୍ର ଶାସନ ନାହିଁ । ରାଜ୍ୟରେ ବି ଗଣତନ୍ତ୍ର ଶାସନ ନାହିଁ । ଆଜି ପ୍ରମାଣିତ ହେଲା ବିଧାନସଭା ମଧ୍ୟ ଗଣତନ୍ତ୍ର ପରମ୍ପରା ଅନୁଯାୟୀ ଗୃହ ଚାଲୁ ନାହିଁ । ଗୃହରେ ଯେତେବେବେଳ ଅଚଳାଅବସ୍ଥା ସୃଷ୍ଟି ହୋଇଛି, ସେହି ସମୟରେ ସାଧାରଣତ ଗୃହକୁ ମୁଲତବୀ ରଖାଯାଏ, ସର୍ବଦଳୀୟ ବୈଠକ ଡକାଯାଏ । ସମାଧାନ ହୁଏ, ପୁଣି ଗୃହ ଚାଲେ । କିନ୍ତୁ ବାଚସ୍ପତି ଆଜି ଜୋର ଜବରଦସ୍ତି, କିଏ କଣ କହୁଥିଲେ ଶୁଭାଯାଉନଥିଲେ ମଧ୍ୟ ଗୃହ ଚଳେଇଥିଲେ । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀ ଆସିକି, ଗୋଟିଏ ବିବୃତ୍ତି ଦେଲେ, ସେ କଣ କହୁଥିଲେ କେହି ଶୁଣିପାରୁନଥିଲେ । ଯେଉଁ ଯନ୍ତ୍ର ଦିଆଯାଇଛି ଶୁଣିବା ପାଇଁ ତାହା ମଧ୍ୟ ଶୁଭୁନଥିଲା । ଅନ୍ୟବନ୍ଧୁଙ୍କୁ ମଧ୍ୟ ଅନୁରୋଧ କଲିି ଶୁଣିବା ପାଇଁ ସେମାନେ ମଧ୍ୟ କିଛି ଶୁଣିପାରିନଥିଲେ । କିନ୍ତୁ ସରକାରୀ ଦଳର ବନ୍ଧୁମାନେ କେବୁଲ ବାଡଉଥିଲେ । କଣ କହୁଥିଲେ ତାହା କାହାରିକୁ ଜଣା ନାହିଁ । ଷ୍ଟେଟମେଣ୍ଟ ଦେଲେ ତାହାର କପି ଦିଆଯାଏ, ତାହା ମଧ୍ୟ ଆଜି ଦିଆଯାଇ ନାହିଁ । ଏ ହେଉଛି ଏକ ଦୁର୍ଭଗ୍ୟଜନକ ବିଷୟ । ବିଧାନସଭାରେ ଆଜି ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ହେଲେ କୌଣସି କାରଣ ନଥାଇ ତାକୁ ନିଆଗଲା ନାହିଁ । ପ୍ରଶ୍ନ ପଚରାଗଲେ ତାହାର ଉତ୍ତର ଦେଉନାହାଁନ୍ତି । କିମ୍ବା ପ୍ରଶ୍ନକୁ ରିଜେକ୍ଟ କରିଦେଉଛନ୍ତି । ତାହା ହେଲେ ବିଧାନସଭା କେଉଁଥି ପାଇଁ ଚାଲିଛି । ଏବଂ ଆହୁରି ମଧ୍ୟ ଦୁର୍ଭାଗ୍ୟଜନକ କଥା, ବିଧାନସଭାରେ ଗୋଟେ ଫାଇଟ ଚାଲିଛି । ଗତକାଲି ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ଣେ ସାମ୍ବାଦିକ ଯେତେବେଳେ ପ୍ରଶ୍ନ କରିଥିଲେ, ଯେ ମୋଦି ସରକାରଙ୍କ ବିଷୟରେ, ସେ ୧୦ ମାର୍କରୁ ତାଙ୍କୁ ୮ ମାର୍କ ଦେଇଛନ୍ତି, ତାମାନେ ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ବିଜେପି ସରକାରଙ୍କୁ ସମର୍ଥନ କରିଛନ୍ତି । ପାର୍ଲାମେଣ୍ଟରେ ମଧ୍ୟ ବିଜେପି ସଦସ୍ୟମାନେ ସବୁପ୍ରକାର ବାଃ ବାଃ ମୁଖ୍ୟମନ୍ତ୍ରୀ ମୋଦୀ ସରକାରଙ୍କୁ କେନ୍ଦ୍ରରେ ଦେଇଛନ୍ତି ।

ଖାଲି ସେତିକି ନୁହେଁ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆସି ୫ଟି ସଚିବଙ୍କୁ ଏକାନ୍ତ ସାକ୍ଷାତ କରସି ଆଲୋଚନା କରିଛନ୍ତି । ତାହା ହେଲେ କେଉଁ ନୈତିକତା ଅଛି ବିଜେପି ଦଳର ବିଜେଡି ଦଳକୁ ସମାଲୋଚନା କରିବାକୁ । କିମ୍ବା ବିଜେଡି ଦଳ ବିଜେପି ଦଳକୁ ସମାଲୋଚନା କରିବା ପାଇଁ କିମ୍ବା ତାଙ୍କୁ ଗୃହ ଭିତରେ ପ୍ରତିାଦ କରିବା ପାଇଁ । ଏ ହେଉଛି ଦୁର୍ଭାଗ୍ୟଜନକ କଥା । ଓଡିଶାରେ ଗୁମାସ୍ତା ଶାସନ ଚାଲିଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ । ମୁଖ୍ୟମନ୍ତ୍ରୀ ବୋଧ ହୁଏ ନିଜେ ଶାସନ କରିବା ପାଇଁ ଅସହାୟ ଅନୁଭବ କରୁଛନ୍ତି । ସେଥିପାଇଁ ଗୁମାସ୍ତା ଶାସନ ଚାଲିଛି । ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିମାନେ ଯେଉଁ ଅଛନ୍ତି, ସେମାନେ ସରକାରୀ ଦଳର ସଭାପତି, ସେକ୍ରେଟାରୀ ହିସାବରେ କାମ କରୁଛନ୍ତି । ଏବଂ ବିଧାୟକମାନଙ୍କର କିଛି ଆଉ କାମ ନାହିଁ, ତାଙ୍କର ଆବଶ୍ୟକ ନାହିଁ, ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କର ମନ୍ତ୍ରୀମାନଙ୍କୁ । ତାଙ୍କର ସଚିବବ ଯେତେବେଳେ କାମ କରିବା ବା ବିଧାନସଭା ଯିବେ, ଲୋକଙ୍କୁ ପଇସା ଦେଇ ଗାଡିରେ ବୋହିବା ପାଇଁ । ଟେବୁଲ ଚୌକି ପକାଇବା ପାଇଁ, ଟେଣ୍ଟ ବାଡେଇବା ପାଇଁ, ଏବଂ ସବୁ ବ୍ୟବସ୍ଥା ୫ଟି ସଚିବଙ୍କର ଗସ୍ତ ସମୟରେ କରିବା ପାଇଁ । ୫ଟି ସଚିବ ସରକାରୀ ଦଳ ତରଫରୁ ନିର୍ବାଚନ ପ୍ରଚାର କରି ଆସିଛନ୍ତି ୩୦ଟି ଜିଲ୍ଲାରେ । ଏବଂ ଅପର୍ଯ୍ୟାପ୍ତ ଅର୍ଥ ବଣ୍ଟନ କରିଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ସେ ଯାଇ ନାହାଁନ୍ତି । ଲୋକଙ୍କ ସମସ୍ୟା ଯଦି ସେ ଶୁଣିଥାନ୍ତେ, ଏ ହଜାର ହଜାର ସଂଖ୍ୟାରେ ସବୁ ବର୍ଗର ଲୋକ ଆସି ରାଜରାସ୍ତାରେ ଆନ୍ଦୋଳନ କରୁନଥାନ୍ତେ । ଶିକ୍ଷକମାନେ ଆସି ଆନ୍ଦୋଳନ କରୁଛନ୍ତି । ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଆୟୁର୍ବେଦିକ ଡାକ୍ତର, ଆଜି ମଧ୍ୟ ଆନ୍ଦୋଳନ ଚାଲିଛି । ଆଗରୁ ବି ଆନ୍ଦୋଳନ ଚାଲିଥିଲା । ସବୁ ସଙ୍ଗଠନମାନେ ଏଠି କାହିଁକି ଆସିଛନ୍ତି । ସେ ଯଦି ତାଙ୍କ କଥା ଶୁଣିଥାନ୍ତୋ, ତାଙ୍କ ଜିଲ୍ଲାକୁ ଯାଇ କରି, ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇ କରି ସେମାନେ ଆସିବାର କୌଣସି ଆବଶ୍ୟକତା ପଡିନଥାନ୍ତା ।

ଏ କେବଳ ନିର୍ବାଚନ ପ୍ରଚାର କରି ଯାଇଥିଲେ, ଲୋକଙ୍କୁ ଟଙ୍କା ଦେଇ ବୋହି କରି ଆଣିଥିଲେ, ଗାଡି ବ୍ୟବସ୍ଥା କରିଥିଲେ । ଏବଂ ଶସ୍ତା ରାଜନୀତି କରିବା ପାଇଁ ରାଜକୋଷରୁ ଅପର୍ଯ୍ୟାପ୍ତ ପଇସା ବ୍ୟୟ କରିଥିଲେ । ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ଏବଂ ଯେତେବେବଳେ କିଏ ସମାଲୋଚନା କରୁଛି, ସେହି ସମୟରେ ପ୍ରତିହିଂସା ପରାୟଣ ହୋଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉଛି । ଏ ହେଉଛି ଦୁର୍ଭାଗ୍ୟଜନକ ବିଷୟ । ଆଜି ଦେଖାଯାଉଛି, ଗଣମାଧ୍ରମର କଣ୍ଠରୋଧ କରାଯାଉଛି । ଅର୍ଥାତ୍ ଏସୁ ବିଷୟ ମୁଁ ଆଜି ଗୃହରେ ଉପସ୍ଥାପିତ କରିଥିଲି, ଏବଂ  ମୋତେ କହିବା ପାଇଁ ସୁଯୋଗ ଦିଆଗଲା ନାହିଁ । ଏପରିକି ମାଇକର ଲାଇଟ ମଧ୍ୟ ବନ୍ଦ କରିଦିଆଗଲା । ସରକାରୀ ଦଳ, ବିଜେପି ଦଳ ହୋହଲ୍ଲା କଲେ, ସେ ଆହୁରି ପ୍ରମାଣିତ କରିଦେଲେ ଯେ, ଗଣତନ୍ତ୍ର ଶାସନ ଦେଶରେ ନାହିଁ, କିମ୍ବା ରାଜ୍ୟରେ ନାହିଁ । ସେମାନେ ପ୍ରମାଣ କଲେ, ସେମାନେ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ଆମର ପୁରୀ ଶଙ୍କରାଚାର୍ଯ୍ୟ ବି କହିଛନ୍ତି, ଯେ, ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ଏମାନଙ୍କ ଭିତରେ କିଛି ଫରକ ନାହିଁ । ସେଥିପାଇଁ ମୁଁ କହିଲି, ଗୋଟେ ମୁଭ ଫାଇଟ ଚାଲିଛି । ଏବଂ ଗୁମାସ୍ତା ଶାସନ ଚାଲିଛି । ରାଜ୍ୟରେ ଏ ବିଧାନସଭା ବୋଧ ହୁଏ କୌଣସି ଆବଶ୍ୟକତା ନାହିଁ । ୪ଟା ପର୍ଯ୍ୟନ୍ତ ମୁଲତବୀ କଲେ, କିନ୍ତୁ ସର୍ବଦଳୀୟ ବୈଠକ ଡାକିଲେ ନାହିଁ ବାଚସ୍ପତି । ପରବର୍ତ୍ତି ସମୟରେ କିନ୍ତୁ କାର୍ଯ୍ୟକୁ ଆଗେଇ ନେବାକୁ । ଅତୀତରେ ପଯରମ୍ପରା ଅଛି, ସବୁ ଦଳର ଲୋକଙ୍କୁ ଡାକି ଆଲୋଚନା କରି ଗୃହ ଚାଲିଛି । କିନ୍ତୁ ଏ ସରକାର ଚାହୁଁନି ଗୃହ ଚାଲିବା ପାଇଁ । ବିଜେପି ଦଳକୁ ସୁଯୋଗ ଦେଲେ ବାଚସ୍ପତି କହିବା ପାଇଁ, ମୁଖ୍ୟ ମନ୍ତ୍ରୀଙ୍କୁ ସମୟ ଦେଲେ ତାଙ୍କର ବକ୍ତବ୍ୟ ସମ୍ପୂର୍ଣ୍ଣ କରିବା ପାଇଁ, କିନ୍ତୁ ମୋତେ ଅଧାରୁ ବନ୍ଦ କରିଦିଆଗଲା ।

ବୋଧ ହୁଏ, ଉଭୟ ବିଜେପି ଆଉ  ବିଜେଡି କଂଗ୍ରେସ ଦଳକୁ ଭୟ କରୁଛନ୍ତି । ସେଥିପାଇଁ କଂଗ୍ରେସ ଦଳର କଣ୍ଠରୋଧ କରାଯାଉଛି । କହିବା ପାଇଁ ବିଧାନସଭାରେ ସୁଯୋଗ ଦିଆଯାଉ ନାହିଁ । ଏ ନିଶ୍ଚିତ ଭାବରେ ଗଣତନ୍ତ୍ରର ମୃତ୍ୟୁ ଘଟିଛି ଓଡିଶାରେ । ଏବଂ ବିଧାନସଭା ସମ୍ବିଧାନ ପରମ୍ପରା ଅନୁସାରେ ରୁଲସ ଅଫ ବିଜନେଓ ଅନୁସାରେ ଚାଲୁ ନାହିଁ, ଯେଉଁଟା ବାଚସ୍ପତି ଯେଉଁଦିନ ଦାୟିତ୍ୱ ଗ୍ରହଣ କଲେ ସେଦିନ ଜନସାଧାରଣଙ୍କ ପ୍ରତିଶ୍ରୁତି ଦେଇଥିଲେ ମୁଁ ଆଇନ ଅନୁସାରେ ଗୃହ ଚଲେଇବି । କିନ୍ତୁ ଗୃହ ବାହାରେ ଉଭୟ ଉଭୟଙ୍କୁ ପ୍ରଂଶସା କରୁଛନ୍ତି । ସବୁ ସୀମା ଟପି ପ୍ରଶଂସା କରୁଛନ୍ତି । ହେଲେ ଏଠି ଅଯଥା ଗୃହର ସମୟ ନଷ୍ଟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯୋତେବେଳେ ମଣିପୁର କଥା ଉଠିଲା, ଯେଉଁଠି ମହିଳାମାନଙ୍କୁ ଉଲ୍ଲଗ୍ନ କରି ତାତ୍‌ଛଲ୍ୟ କରାଗଲା ଯେଉଁଠି ଗଣଧର୍ଷଣ ହେଲା, କାହିଁକି ମୁଖ୍ୟମନ୍ତ୍ରୀ ତ ମୁହଁ ଖୋଲି ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking