35 C
Bhubaneswar
Tuesday, June 25, 2024
Homeଓଡିଶାଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର : ପ୍ରଚଣ୍ଡ ତାତି , ଅସହ୍ୟ ଗରମ । ତେଲ କଡେଇରେ ଭାଜି ହେଉଛନ୍ତି ସମଗ୍ର ରାଜ୍ୟବାସୀ । ଆହୁରି ୫ ଦିନ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଲାଗି ରହିଛି । ବାଲେଶ୍ୱର, ଜଗତସିଂହପୁର, ନୟାଗଡ , ଖୋର୍ଦ୍ଧା , ନୂଆପଡା ,ବଲାଙ୍ଗୀର, ଗଜପତି, ଗଞ୍ଜାମ, ବୌଦ୍ଧ ଭଳି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗୋଟେ ପଟେ ଅସହ୍ୟ ତାତି ଅନ୍ୟପଟେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଜୀବନକୁ ହନ୍ତସନ୍ତ କରୁଛି । ଅସହ୍ୟ ଗୁଳୁଗୁଳି ଓ ଖରାଠୁ ନିଜକୁ ଦୁରେଇ ରହିବା ସହ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସଚେତନତା ଓ ସତର୍କତାର ସହିତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking