ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମଙ୍କ ଚିଠି ପ୍ରସଙ୍ଗ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଦଳ ଭିତରେ ବିଭାଜନ ନୁହେଁ ଅନ୍ତୋଷ ରହିଛି । ମୋକିମ୍ ଚିଠିରେ କ’ଣ ଲେଖିଛନ୍ତି ମୁଁ ପଢିନାହିଁ । ଦଳରେ ସମସ୍ୟା ଥିଲେ ହାଇକମାଣ୍ଡଙ୍କ ଚିଠି ଲେଖିପାରିବେ । ଦଳ ଭିତରେ ଆଲୋଚନା ହୋଇଥିଲେ ଜଣାଇବା ଉଟିତ୍ ନୁହେଁ । ଚିଠିଲେଖି ଲୋକଙ୍କୁ ଜଣାଇବା ଆବଶ୍ୟକତା ନାହିଁ । ଗତକାଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଥିଲେ ମହମ୍ମଦ ମୋକିମ୍ । ଚିଠି ଲେଖି ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ଚିଠିରେ ଲେଖିଥିଲେ ଯେ ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମ ଠାରୁ ପୂରା ଅଲଗା । ଜୟ ପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧି ପରିବାରକୁ ସମାଲୋଚନା କରିଥିଲେ ।
ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ । ନୂଆପଡା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍ରେ ହାରିଛି । ନୂଆପଡା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶଜନକ । ନିଜ ସଂସଦୀୟ କ୍ଷେତ୍ର ବିଶ୍ୱାସ କରୁନି, କର୍ମୀ ବିଶ୍ୱାସ ନକରିବା ସ୍ୱଭାବିକ । ସେ ଓଡିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ଅସମ୍ଭବ ବ୍ୟାପାର । ପୂର୍ବ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ମଧ୍ୟ ଉଠାଇଲେ ପ୍ରଶ୍ନ । ଲଗାତାର ୬ ଥର ଲୋକସଭା ନିର୍ବାଚନ ହାରିବା ସତ୍ତ୍ୱେ ୨୦୨୩ରେ ନେତୃତ୍ୱ ନେଲେ । ଶରତଙ୍କ ନେତୃତ୍ୱରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩ ପ୍ରତିଶତ ଭୋଟ୍ ପାଇଲା । ନିଜେ ଶତର ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ । ଆଜିକା ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର । ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ୱ ଦରକାର ।










