29.1 C
Bhubaneswar
Saturday, September 28, 2024
Homeଓଡିଶାଯୁକ୍ତ୨ ଫର୍ମପୂରଣ ପାଇଁ ପୁଣି ମଳିଲା ସୁଯୋଗ

ଯୁକ୍ତ୨ ଫର୍ମପୂରଣ ପାଇଁ ପୁଣି ମଳିଲା ସୁଯୋଗ

ଭୁବନେଶ୍ୱର:   ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ନିମନ୍ତେ ଫର୍ମପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଫର୍ମପୂରଣ କରିନାହାନ୍ତି ସେମାନେ ଆସନ୍ତା ୨୦ ରୁ ୨୨ତାରିଖ ମଧ୍ୟରେ କରିପାରିବେ । ଏହି ସମୟ ଭିତରେ ଫି ମଧ୍ୟ ଦାଖଲ କରିବାକୁ ପଡ଼ିବ । ୨୬ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି । ଏ ନେଇ ଶନିବାର ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୧୩ତାରିଖରେ +୨ ଫର୍ମପୂରଣ ଶେଷ ଦିନ ଥିଲା । କିନ୍ତୁ ବହୁ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଛାତ୍ରଛାତ୍ରୀ ଫର୍ମପୂରଣ ପାଇଁ ସୁଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପରିଷଦ ଫର୍ମପୂରଣ ପାଇଁ ସୁଯୋଗ ଦେଇଛି । କିନ୍ତୁ ଏହାପରେ ଆଉ କୌଣସି ଅନୁରୋଧକୁ ଗ୍ରହଣ କରାଯିବ ନାହିଁ । କାରଣ ଜାନୁୟାରୀ ୨ତାରିଖରୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ସୂଚନାଯୋଗ୍ୟ, +୨ ପରୀକ୍ଷା ଫେବୃୟାରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ତାରିଖରେ ଶେଷ ହେବ । ଗତ ୧୩ତାରିଖ ସୁଦ୍ଧା ଚଳିତବର୍ଷ ମୋଟ ୩,୮୪,୫୯୭ଜଣ ଫର୍ମ ପୂରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୩,୫୯,୦୩୯ଜଣ ରେଗୁଲାର ଛାତ୍ରଛାତ୍ରୀ ଥିବା ବେଳେ ୨୫,୫୫୮ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking