ଭୁବନେଶ୍ୱର : ସାମଜିକ ନ୍ୟାୟ ଛାତ୍ର ସଂଘ ପକ୍ଷରୁ କସ୍ତୁରବା ନାରୀମହଲ ଠାରେ ଆଜି ପୂର୍ବାହ୍ଣ ସମୟରେ ଉଚ୍ଚଶିକ୍ଷା ଚାକିରୀ କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଶିର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟରେ ୯୪% ଲୋକ ସେମାନଙ୍କର ସାମ୍ବାଧାନିକ ଅଧିକାର ଓବିସିଙ୍କୁ ୨୭% ଓ ଏସ୍ସି ଏବଂ ଏସ୍ଟିଙ୍କୁ ୩୮.୫% ସଂରକ୍ଷଣ ପାଇବାରୁ ଦୀର୍ଘ ବର୍ଷହେଲା ବଞ୍ଚିତ ହେଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂରକ୍ଷଣକୁ କାର୍ଯ୍ୟକାରୀ ନକଲେ ଏହି ବର୍ଗର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଲେ ତାଙ୍କୁ ବହୁମୂଲ୍ୟ ଦବାକୁ ପଡ଼ିବ ବୋଲି ତାଙ୍କ ବକ୍ୱ୍ୟରେ କହିଛନ୍ତି । ମୁଖ୍ୟମକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବୀ ଦାସ, ସିପିଆଇଏମ୍ଏଲ୍ ନେତା ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ସାମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୂଦର୍ଶନ ପ୍ରଧାନ, ସିପିଆଇର ନେତା ଜୟନ୍ତ ଦାସ, ଓଡ଼ିଶା ଜନବାଦୀ ଅଧିକାରୀ ଆବାହକ ବିଜୟ ପରିଡ଼ା , ସାମାଜିକ ନ୍ୟାୟ ଅଭିଯାନର ଅବାହକ ଅକ୍ଷୟ ମଲ୍ଲିକ, ଯୁବନେତା ଅମିୟ ପରିଡ଼ର, ଏଆଇଏସ୍ଏଫ୍ର ସଭାପତି ସଂଘମିତ୍ରା ଜେନା, ସାମାଜିକ ନ୍ୟାୟ ଛାତ୍ର ସଂଘର ସଫିରା ନାୟକ, ଇତିଶ୍ରୀ ନନ୍ଦିନୀ, ଅସଲାଫ ୱାସିଲ୍, ରାଜେସ ଦାସ, ପ୍ରମୁଖ ଅବିଳମ୍ବେ ରାଜ୍ୟ ସରକାର ସାମ୍ବିଧାନ ସମ୍ମତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ଦାବି କରିଥିଲେ । ଆଷଲାଚନା ଚକ୍ରରେ ସର୍ବସମ୍ମତି କ୍ରମେ ପ୍ରସ୍ତାପ ପାରିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂରକ୍ଷଣକୁ କାର୍ଯ୍ୟକାରୀ ନକଲେ ଆଗାମୀ ଦିନରେ ରାଜ୍ୟ ତମାମ୍ ତିବ୍ରଆନ୍ଦୋଳନ କରାଯିବ । ସେଥିପାଇଁ ମୁଖ୍ରମନ୍ତ୍ରୀ ଦାୟୀ ରହିବେ ବୋଲି ସଂଘର ଆବହକ ବାଣୀ ପ୍ରସାଦ ମାଳି ଦୃଢ଼ ଦାବି ଉପସ୍ତାପନ କରିଥିଲେ । ଛାତ୍ର ସଂଘର ଦ୍ୱତୀୟ ଆଲୋଚନା ଚକ୍ର ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।